ରାଜ୍ୟବାସୀଙ୍କୁ ଭାଗବତ ଜନ୍ମର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ ଭାଗବତ ଜନ୍ମର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ଭାଗବତ ଜନ୍ମ ଅବସରରେ
ଭାଗବତ ଜନ୍ମ


ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ ଭାଗବତ ଜନ୍ମର ଶୁଭେଚ୍ଛା ଜଣାଇଛନ୍ତି

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ

ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ଭାଗବତ ଜନ୍ମ ଅବସରରେ

ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଶ୍ରୀମଦ୍ ଭାଗବତର ମହାନ ଆଦର୍ଶ ଆମ ମନରେ ଆଧ୍ୟାତ୍ମିକତା, ମାନବିକତା ଓ ସତ୍ମାର୍ଗ

ପ୍ରତି ଆସ୍ଥାକୁ ଦୃଢ଼ କରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ

ମଙ୍ଗଳମୟ ହେଉ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି

ଯେ, ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଶ୍ରୀମଦ୍

ଭାଗବତର ଅମୃତମୟ ଆଧ୍ୟାତ୍ମିକ ବାଣୀ ଆମ ସମାଜରେ ଧର୍ମ, ନୀତି, ଭକ୍ତି ଓ ସଦାଚାରର

ଭାବନାକୁ ସଦାସର୍ବଦା ଜାଗ୍ରତ ରଖୁ। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ

ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଁ ନମୋ

ଭଗବତେ ବାସୁଦେବାୟ । ପବିତ୍ର ଭାଗବତ ଜନ୍ମ ଓ ଇନ୍ଦୁ ପୂର୍ଣ୍ଣିମା ଅବସରରେ ସମସ୍ତ ଓଡ଼ିଶା ବାସୀ

ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି

ଯେ, ପବିତ୍ର ଇନ୍ଦୁ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

ଜଣାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପବିତ୍ର

ଭାଗବତ ଜନ୍ମ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭକ୍ତକବି ଜଗନ୍ନାଥ

ଦାସଙ୍କ ରଚିତ ଏହି ଅମୃତ ବାଣୀ ପ୍ରତ୍ୟେକ ଓଡ଼ିଆ ଘରେ ଶାନ୍ତି, ସମୃଦ୍ଧି ଓ

ଆଧ୍ୟାତ୍ମିକ ଚେତନା ଭରିଦେଉ,

ଏହାହିଁ ମହାପ୍ରଭୁ

ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା।

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଓଡ଼ିଆ

ଅସ୍ମିତା, ସଂସ୍କୃତି ଓ

ଆଧ୍ୟାତ୍ମିକତାର ମହାପର୍ବ ପବିତ୍ର ଭାଗବତ ଜନ୍ମ ଓ ଇନ୍ଦୁ ପୂର୍ଣ୍ଣିମା ଉପଲକ୍ଷେ ଅଶେଷ

ଶୁଭକାମନା। ଘରେ ଘରେ ଗୁଞ୍ଜରିତ ହେଉଥିବା ଭାଗବତର ଅମୃତ ମନ୍ତ୍ର ସମାଜରେ ଶାନ୍ତି ଓ

ଭ୍ରାତୃଭାବ ବୃଦ୍ଧି କରୁ। ଇନ୍ଦୁ ପୂର୍ଣ୍ଣିମାର ଆଲୋକ ସମସ୍ତଙ୍କ ଜୀବନରୁ ଅଜ୍ଞାନତାର ଅନ୍ଧକାର

ଦୂର କରି ନୂତନ ଆଶା ଓ ସମୃଦ୍ଧି ଆଣିଦେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande