ଲଗାଣ ବର୍ଷାରେ ୨୦୬ ଘର ଭାଙ୍ଗିଲା
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.)- ଜୟପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷାରେ ୨୦୬ ପରିବାରର ଘର ଭାଙ୍ଗିଛି ରହୁଛନ୍ତି । ଗତ ୩ ଦିନ ଭିତରେ ୨୦୬ଟି ଘର ଭାଙ୍ଗି ଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ପ୍ରଥମ ଦିନରେ ୧୭, ଦ୍ୱିତିୟ ଦିନରେ ୮୦ ଓ ତୃତିୟ ଦିନରେ ୧୦୬ଟି ଘର ଭାଙ୍ଗିଛି । ସେମାନଙ୍କୁ
ଲଗାଣ ବର୍ଷା ରେ  ୨୦୬  ଘର ଭାଙ୍ଗିଲା


ଜୟପୁର, ୨୬ ସେପ୍ଟେମ୍ବର (ହି.ସ.)- ଜୟପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷାରେ ୨୦୬ ପରିବାରର ଘର ଭାଙ୍ଗିଛି ରହୁଛନ୍ତି । ଗତ ୩ ଦିନ ଭିତରେ ୨୦୬ଟି ଘର ଭାଙ୍ଗି ଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ପ୍ରଥମ ଦିନରେ ୧୭, ଦ୍ୱିତିୟ ଦିନରେ ୮୦ ଓ ତୃତିୟ ଦିନରେ ୧୦୬ଟି ଘର ଭାଙ୍ଗିଛି । ସେମାନଙ୍କୁ ପଲିଥିନ ଦିଆଯାଇଥିବା ବିଷୟ ଜୟପୁର ତହସିଲଦାର ସବ୍ୟସାଚି ଜେନା ସୂଚନା ଦେଇଛନ୍ତି । କୁମୁଲିପୁଟ, ବଡଜିଉନା, ବଡକାଉଡି, ଚରଗାଁ, ସିନ୍ଧି ଗାଁ, ହରଡାପୁଟ, ହାଡିଆ, ଭାଜିଗୁଡା, ଦଣ୍ଡସେନାଗୁଡା, ଖଡପା, ପୁଜାରିଗୁଡା, ଭୀମ ଗୁଡା, ସାନମୁଣ୍ଡାଗୁଡା, ବିଷେଇପୁଟ, କେରାପୁଟ, ପୁଟ୍ରା, ଜାନୁଣ୍ଡା, ହାଟକଙ୍ଗା, ହଡପା, କୁନ୍ତରଖାଲ, ଜବାକନାଡି, କଦମଗୁଡା, ପାଣ୍ଡୁରୁଗୁଡା, ମାଳି ଡମ୍ବଗୁଡା, ଭତ୍ରା, ନୁଆଗୁଡା, ଘାଟବାଗ୍ରା ମୋଟ ୨୦୩ଟି ଘର ଭାଙ୍ଗିଛି । ଜୟପୁର ତହସିଲ ତରଫରୁ ଘର ମାଲିକ ମାନଙ୍କୁ ପିଲିଥିନ ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande