ସଂନ୍ଧ୍ୟା ବେକେରିକୁ ସିଲ କଲା ପୌର ପ୍ରଶାସନ
ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - ଜୟପୁର ଗାନ୍ଧୀ ଛକ ସ୍ଥିତ ସଂନ୍ଧ୍ୟା ବେକେରିକୁ ସିଲ କଲା ପୌର ପ୍ରଶାସନ । ଏହା ସହ ୨ହଜାର ଟଙ୍କା ଜୋରି ମାନା ଆଦାୟ କରିଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଅଧିକାରି ସ୍ୱାସ୍ମିକ ମହଲା, ପରିମଳ ନିରିକ୍ଷକ ଭୁଭୁନି ହାଲବ
ସଂନ୍ଧ୍ୟା ବେକେରିକୁ  ସିଲ କଲା  ପୌର ପ୍ରଶାସନ


ଜୟପୁର, ୨୬ ସେପ୍ଟେମ୍ବର (ହି.ସ.) - ଜୟପୁର ଗାନ୍ଧୀ ଛକ ସ୍ଥିତ ସଂନ୍ଧ୍ୟା ବେକେରିକୁ ସିଲ କଲା ପୌର ପ୍ରଶାସନ । ଏହା ସହ ୨ହଜାର ଟଙ୍କା ଜୋରି ମାନା ଆଦାୟ କରିଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଅଧିକାରି ସ୍ୱାସ୍ମିକ ମହଲା, ପରିମଳ ନିରିକ୍ଷକ ଭୁଭୁନି ହାଲବା, ସତ୍ୟ ନାରାୟଣ ପାତ୍ର ଚଢାଉ କରି ଯାଂଚ କରିଥିଲେ । ସୂଚନା ଅନୁଯାଇ ସଂନ୍ଧ୍ୟା ବେକେରି ରେ ତିଆରି ହେଉଥିବା ବ୍ରେଡରେ ୨୧.୮.୨୬ ସମୟ ସମାପ୍ତି ର ତାରିଖ ରହିଥିଲା । ସେହି ବ୍ରେଡକୁ ବିକ୍ରୟ କରିଥିବାରୁ ସେହି ବ୍ରେଡ ଲୋକଙ୍କ ନିକଟରେ ପହଂଚିଥିବା ଅଭିଯୋଗରେ ଚଢାଉ କରାଯାଇ ଥିଲ । ଚଢାଉ କରି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୌର ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande