
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- କନ୍ଧମାଳ କଳିଙ୍ଗା ଘାଟିରେ ପହଂଚିଛନ୍ତି ବାଣିଜ୍ୟ ଓ
ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଲଗାଣ ବର୍ଷାରେ ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ସ୍ଥିତିର
ଅନୁଧ୍ୟାନ କରିଛନ୍ତି ।
ଏହାସହିତ ବ୍ରହ୍ମପୁରର ଆମ୍ବପୁଆସ୍ଥିତ ଶ୍ୟାମ ନଗର, ନୀଳାଞ୍ଚଳ ନଗର ଓ
ବ୍ରହ୍ମାପଲ୍ଲୀ ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପ୍ରଭାବିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ରିଲିଫ୍, ଜଳ ନିଷ୍କାସନ ଓ
ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଅର୍ଣ୍ଣବର ପ୍ରଭାବରେ ଜଳମଗ୍ନ ଚାଷଜମି ଚାଲିଛି ତ୍ୱରିତ ସମାଧାନ ନିଜ
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଲୋଥିଗାଁ, ଫୁଲଟା, ଗଞ୍ଜୁ ଅଞ୍ଚଳରେ ଅର୍ଣ୍ଣବର ପ୍ରଭାବଯୋଗୁଁ ହଜାର ହଜାର ଏକର ଚାଷଜମି
ଜଳମଗ୍ନ ହୋଇରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଚାଷୀ ଭାଇଭଉଣୀଙ୍କ ଏହି ସମସ୍ୟାର ତୁରନ୍ତ
ସମାଧାନ ପାଇଁ ବାହାଗା ନାଳର ସଫା କାର୍ଯ୍ୟ
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ସେ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା