ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ କୋଟପାଡ଼ରେ ସ୍ଥିତି ନିରୀକ୍ଷଣ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ନିୟୋଜିତ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ କୋଟପାଡର ବିଧାୟକ ଶ୍ରୀ ରୁପୁ ଭତ୍ରାଙ୍କ ସହ କୋଟପାଡ଼ ବ୍ଲକର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀ
ସମୀକ୍ଷା


ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ରିଲିଫ୍

କାର୍ଯ୍ୟର ତଦାରଖ ପାଇଁ ନିୟୋଜିତ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ କୋଟପାଡର ବିଧାୟକ

ଶ୍ରୀ ରୁପୁ ଭତ୍ରାଙ୍କ ସହ କୋଟପାଡ଼ ବ୍ଲକର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା

କରିଛନ୍ତି।

କଲ୍ୟାଣ ମଣ୍ଡପସ୍ଥିତ ଅସ୍ଥାୟୀ ଆଶ୍ରୟସ୍ଥଳୀ ପରିଦର୍ଶନ କରି

ବିସ୍ଥାପିତଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଅଧିକାରୀଙ୍କ ସହ ରିଲିଫ୍

ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ବିଚ୍ଛିନ୍ନ ହୋଇଥିବା

ଗ୍ରାମଗୁଡ଼ିକରେ ଓଡ୍ରାଫପକ୍ଷରୁ କରାଯାଇଥିବା ଉଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି।ଏହି

ଅବସରରେ ମା’ ଗୃହ ପରିଦର୍ଶନ କରି ଗର୍ଭବତୀ ମା’ମାନଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଓ ଚିକିତ୍ସା

ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ପ୍ରାୟ ୩୦୧ ଜଣ ଗର୍ଭବତୀ ମା’ଙ୍କୁ ସ୍ଥାନାନ୍ତର

କରାଯାଇଥିବା ବେଳେ ୧୬୫ ଜଣଙ୍କର ପ୍ରସବ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି।

ଇନ୍ଦ୍ରାବତୀର ୪ଟି ଗେଟ୍ ଖୋଲାଯିବା ଫଳରେ ଜଳସ୍ତର ବୃଦ୍ଧି ପାଇଥିଲା।

ପରେ ୨ଟି ଗେଟ୍ ବନ୍ଦ କରାଯାଇଛି। ବର୍ଷା ମଧ୍ୟ ଥମିଥିବାରୁ ସ୍ଥିତି ଧୀରେଧୀରେ ସ୍ୱାଭାବିକ

ହେଉଛି। ପରିସ୍ଥିତି ଉପରେ ପ୍ରଶାସନର ନିରନ୍ତର ନଜର ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା

ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ କ୍ଷେତ୍ରକୁ ଯାଇ ପ୍ରତ୍ୟକ୍ଷ ଭାବେ ସ୍ଥିତିର ତଦାରଖ କରି

ଜନସାଧାରଣଙ୍କ ସେବା ଏବଂ ସୁବିଧା ସୁନିଶ୍ଚିତ କରୁଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande