ଆଇନ ମନ୍ତ୍ରୀଙ୍କ ପୁସ୍ତକ ଉଠିବ କି ଜାତିର କଙ୍କାଳ ଲୋକାର୍ପିତ
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଶନିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ପୁସ୍ତକ “ଉଠିବ କି ଜାତିର କଙ୍କାଳ”କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଲୋକାର୍ପିତ କରିଛନ୍ତି। ବିଶ୍ୱମୁକ୍ତି ପକ୍ଷରୁ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ କାର୍
fgf


ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଶନିବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଲିଖିତ ପୁସ୍ତକ “ଉଠିବ କି ଜାତିର କଙ୍କାଳ”କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଲୋକାର୍ପିତ କରିଛନ୍ତି।

ବିଶ୍ୱମୁକ୍ତି ପକ୍ଷରୁ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା,କ୍ରୀଡ଼ା ଓ ଯୁବ ବ୍ୟାପାର,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ, ବିଶିଷ୍ଟ ଲେଖିକା ତଥା ବାଗ୍ମୀ ପ୍ରଫେସର ଅର୍ଚ୍ଚନା ନାୟକ ଏବଂ ବିଶ୍ୱମୁକ୍ତି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ଓ ବନ୍ଧୁ ପରିବାରବର୍ଗ ଉପସ୍ଥିତ ଥିଲେ।

ପୁସ୍ତକ ଉଠିବ କି ଜାତିର କଙ୍କାଳ' ବାସ୍ତବରେ ସମାଜ ଭିତରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ଦୁର୍ଘଟଣା ଏବଂ ବିଭିନ୍ନ ବାଧକ ବିଷୟରେ ମୋ ଭିତରେ ସୃଷ୍ଟି ହେଉଥିବା ଉଦ୍ବେଳନରୁ ହିଁ ସୃଷ୍ଟ ବୋଲି ଆଇନ ମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଉକ୍ତ ପୁସ୍ତକରେ ଥିବା କବିତା ସଂକଳନ ଆଗାମୀ ଦିନରେ ଓଡ଼ିଆ କାବ୍ୟ ଜଗତରେ ତଥା ଯୁବ ପାଠକ ପାଠିକା ମାନଙ୍କ ମଧ୍ୟରେ ନୂଆ ସ୍ପନ୍ଦନ ଆଣିଦେବ ବୋଲି ଆମର ଦୃଢ ଆଶା ଓ ବିଶ୍ୱାସ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande