
ଭୁବନେଶ୍ବର , 26 ସେପ୍ଟେମ୍ବର (ହି.ସ.) - ପୋଲିସ କମିଶନରେଟ ରେଡକ୍ରସ୍ , ରାଜଧାନୀ ଇଞ୍ଜିନିୟରିଂ କଲେଜ ଓ ଲାୟନ୍ସ କ୍ଳବ୍ ନୟାପଲ୍ଲୀ ପକ୍ଷରୁ ଶନିବାର ରାଜଧାନୀ ଇଞ୍ଜିନିୟରିଂ କଲେଜରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ 357 ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ବିଶାଳ ରକ୍ତଦାନ ଶିବିରରେ ପୋଲିସ କମିଶନର ତଥା ପୋଲିସ କମିଶନରେଟ ରେଡକ୍ରସ୍ ଆଞ୍ଚଳିକ ଶାଖାର ଅଧକ୍ଷ ଡ଼ ଏସ୍ ଦେବଦତ୍ତ ସିଂ ଆଇ ପି ଏସ୍, ଭୁବନେଶ୍ବର ଡିସିପି ଡ଼ ସର୍ବଣା ବିବେକ ଏମ୍ , ଆଇ ପି ଏସ୍, ପୋଲିସ୍ କମିଶନରେଟ୍ ରେଡକ୍ରସ୍ ର ଯୁଗ୍ମ -ସମ୍ପାଦକ ତଥା ଅତିରିକ୍ତ ଡିସିପି ମାନସ ରଞ୍ଜନ ଗଡ଼ନାୟକ, ମଞ୍ଚେଶ୍ବର ଥାନା ଅଧିକାରୀ ଗୟାନନ୍ଦ ଶାହା,କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦିଲ୍ଲୀପ ଦାଶଶର୍ମା ଓ ରୁଷି ପଟ୍ଟନାୟକ, ରକ୍ତଦାନ ଶିବିରର ନୋଡାଲ ଅଫିସର ଏସ୍ ଆଇ ଶିବାନୀ ନନ୍ଦ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା