ପରଜା ସମାଜ ବିକାଶ ପରିଷଦ ଶୋଭାଯାତ୍ରା
ଜୟପୁର, ୨୬ ସେପ୍େଟମ୍ବର (ହି.ସ.) - ଜୟପୁର ପରଜା ସମାଜ ବିକାଶ ପରିଷଦ ୨୩ ତମ ପ୍ରତିଷ୍ଠା ଦିବସ ଆଜି ପାଳନ ହୋଇଛି । ଏନେଇ ଜୟପୁର ରାଜା ନହର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପିରିକ୍ରମା କରି ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । ସେଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଷ୍
ପରଜା ସମାଜ ବିକାଶ  ପରିଷଦ ଶୋଭାଯାତ୍ରା


ଜୟପୁର, ୨୬ ସେପ୍େଟମ୍ବର (ହି.ସ.) - ଜୟପୁର ପରଜା ସମାଜ ବିକାଶ ପରିଷଦ ୨୩ ତମ ପ୍ରତିଷ୍ଠା ଦିବସ ଆଜି ପାଳନ ହୋଇଛି । ଏନେଇ ଜୟପୁର ରାଜା ନହର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପିରିକ୍ରମା କରି ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । ସେଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଷ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଅନୁସୁଚୀତ ଜନଜାତି ର ପରଜା ଉପ ଜାତୀ ଲୋକ ମାନଙ୍କୁ ଜାତିଗତ ପ୍ରମାଣ ପତ୍ର ନିମନ୍ତେ ପରଜା ସମାଜର ସିକୃତି କୋଠର ଭାବେ ନିଆଯାଉ, ଆଦିବାସୀ ମାନଙ୍କ ଜମିକୁ ବେଆଇନ ଭାବେ କିଣି ବାକା ବନ୍ଦ କରାଯାଉ, ବିନା ପଲ୍ଲି ସଭା ଓ ଗ୍ରାମ ସଭାରେ ଗ୍ରାମାଂଚଳ ମାନଙ୍କରେ କାଯ୍ୟ କରିବା ଓ ଖଣି ଖଦନ କରିବା ବନ୍ଧ କରାଯାଉ, ଗ୍ରାମାଂଚଳ ଓ ସହରାଂଚଳରେ ଗରୀବ ଆଦିବାସୀଙ୍କୁ ଘର ପଟ୍ଟା ଦିଆଯାଉ, ଆଦିବାସୀ ଶିକ୍ଷିତ ବେରୋଜଗାରୀ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବାରେ ପ୍ରଧାନ୍ୟ ଦିଆଯାଉ ଆଦି ରହିଛି । ପରଜା ସମାଜ ବିକାଶ ପରିଷଦର ଜୟପୁର ସହର କମିଟି ସଭାପତି ବାସୁ ନାୟକଙ୍କ ନେତୃ୍ତ୍ୱରେ ଶୋଭାଯାତ୍ରା ଓ ଦାବି ପତ୍ର ପ୍ରଦାନ କରାଯାଇ କ୍ରମ ଅନୁଷ୍ଟିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande