ଗଂଜାମ ଓ ଗଜପତିରେ ବର୍ଷା କ୍ଷତିପୂରଣ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି
ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷାଜନିତ ଫସଲ ନଷ୍ଟ, ରାସ୍ତା କ୍ଷୟକ୍ଷତିର ତୁରନ୍ତ ଆକଳନ ସହ ଚାଷୀଙ୍କୁ କ୍ଷତିପୂରଣ ଏବଂ ବ୍ରହ୍ମପୁରରେ ବାହାନା-ସାପୁଆ ନାଳର ପୁନରୁଦ୍ଧାର, ରୋଡ୍ ପ୍ୟାକେଜ୍ ଓ ଭୂତଳ ଡ୍ରେନେଜ୍ ନିମନ୍ତେ ମୁଖ୍ୟମନ
ଗଂଜାମ ଓ ଗଜପତିରେ ବର୍ଷା କ୍ଷତିପୂରଣ ଯୋଗାଇ ଦେବାକୁ     ମୁଖ୍ୟମନ୍ତ୍ରୀଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି


ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷାଜନିତ ଫସଲ ନଷ୍ଟ, ରାସ୍ତା

କ୍ଷୟକ୍ଷତିର ତୁରନ୍ତ ଆକଳନ ସହ ଚାଷୀଙ୍କୁ କ୍ଷତିପୂରଣ ଏବଂ ବ୍ରହ୍ମପୁରରେ ବାହାନା-ସାପୁଆ ନାଳର

ପୁନରୁଦ୍ଧାର, ରୋଡ୍ ପ୍ୟାକେଜ୍ ଓ

ଭୂତଳ ଡ୍ରେନେଜ୍ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ

ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।

ଏଥିସହ ପାରଳାଖେମୁଣ୍ଡି ପୌରାଞ୍ଚଳ ଏବଂ ଚିକିଟି, ନବଗଠିତ ପାତ୍ରପୁର, ଛତ୍ରପୁର, ଦିଗପହଣ୍ଡି, ଗଞ୍ଜାମ, ରମ୍ଭା ଓ ଗୋପାଳପୁର

ସମସ୍ତ ଏନଏସିରେ ସମନ୍ୱିତ ଡ୍ରେନେଜ୍-ସିୱେରେଜ୍ ମାଷ୍ଟରପ୍ଲାନ କାର୍ଯ୍ୟକାରୀ କରିବାକୁ ଅନୁରୋଧ

କରିଛନ୍ତି ସାଂସଦ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande