
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ କରାଯାଇ କୋରାପୁଟରୁ ଯାତ୍ରା ଆରମ୍ଭ କିମ୍ବା କୋରାପୁଟଠାରେ ଯାତ୍ରା ସମାପ୍ତ କରାଯିବ।
୨୬ ସେପ୍ଟେମ୍ବରରେ ଟ୍ରେନ୍ ନଂ. ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ୍ ବାତିଲ ରହିବ। ସେହିପରି ୨୭ ସେପ୍ଟେମ୍ବରରେ ଟ୍ରେନ୍ ନଂ. ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର୍ , ଟ୍ରେନ୍ ନଂ. ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର୍ ,ଟ୍ରେନ୍ ନଂ. ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍ , ଟ୍ରେନ୍ ନଂ. ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନଂ. ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ୍ ବାତିଲ ରହିବ। କୋରାପୁଟଠାରେ ଯାତ୍ରା ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) କରାଯିବ।
ଟ୍ରେନ୍ ନଂ. ୧୮୦୦୫ ହାୱଡ଼ା–ଜଗଦଲପୁର ଏକ୍ସପ୍ରେସ୍, ଯାହା ୨୫ ସେପ୍ଟେମ୍ବରରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିଛି, ଏହାର ଯାତ୍ରା କୋରାପୁଟଠାରେ ସମାପ୍ତ ହେବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍ ର ସେବା ବାତିଲ ରହିବ।
ସେହିଭଳି ଟ୍ରେନ୍ ନଂ. ୧୮୦୦୬ ଜଗଦଲପୁର–ହାୱଡ଼ା ଏକ୍ସପ୍ରେସ୍, ଯାହା ୨୭ ସେପ୍ଟେମ୍ବରରେ ଜଗଦଲପୁର ପରିବର୍ତେ ଏହା କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍ ର ସେବା ବାତିଲ ରହିବ। ଟ୍ରେନ୍ ନଂ. ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍, ଯାହା ୨୬ ସେପ୍ଟେମ୍ବରରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ, ଏହାର ଯାତ୍ରା କୋରାପୁଟଠାରେ ସମାପ୍ତ ହେବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍ ର ସେବା ବାତିଲ ରହିବ। ଟ୍ରେନ୍ ନଂ. ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍, ଯାହା ୨୭ ସେପ୍ଟେମ୍ବରରେ ଜଗଦଲପୁର ପରିବର୍ତେ ଏହା କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍ ର ସେବା ବାତିଲ ରହିବ। ଏଥିସହିତ, ଟ୍ରେନ୍ ନଂ. ୨୨୮୩୯/୨୨୮୪୦ ଭୁବନେଶ୍ୱର–ରାଉରକେଲା–ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ୍ ୨୭ ସେପ୍ଟେମ୍ବରରେ ଲିଙ୍କ୍ ଟ୍ରେନ୍ ବିଳମ୍ବ ହେତୁ ବାତିଲ ରହିବ।
ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍' କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଂଚ କରିପାରିବେ
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା