ଘରେ କଳାକନା ବୁଲାଇଲେ ଦୁର୍ବୁତ : ସୁନାଗହଣା ଓ ନଗଦ ଟଙ୍କା ଲୁଟ୍
ଧର୍ମଶାଳା, ୨୬ ସେପ୍ଟେମ୍ବର (ହି.ସ.)- କିଛି ଦିନର ବ୍ୟବଧାନ ପରେ ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରେ ଦୁର୍ବୁତଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦିନ ଦ୍ୱିପ୍ରହର ଓ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଖୁଲମଖୁଲା ଭାବେ ଦୁର୍ବୁତମାନେ ଘର ତାଲା ଭାଙ୍ଗି ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେ
ଘରେ କଳାକନା ବୁଲାଇଲେ ଦୃବୃତ : ସନାଗହଣା ଓ ନଗଦ ଟଙ୍କା ଲୁଟ୍


ଧର୍ମଶାଳା, ୨୬ ସେପ୍ଟେମ୍ବର (ହି.ସ.)- କିଛି ଦିନର ବ୍ୟବଧାନ ପରେ ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରେ ଦୁର୍ବୁତଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦିନ ଦ୍ୱିପ୍ରହର ଓ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଖୁଲମଖୁଲା ଭାବେ ଦୁର୍ବୁତମାନେ ଘର ତାଲା ଭାଙ୍ଗି ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଉଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୁଲିସ ସେମାନଙ୍କ ଟେର୍ ପାଇ ପାରୁ ନାହିଁ । ଯାହାକି ସ୍ଥାନୀୟ ଅଂଚଳର ଲୋକେ ଭୟଭିତ ହୋଇ ପଡିଛନ୍ତି । ଧର୍ମଶାଳା ଥାନା ଅନ୍ତର୍ଗତ ପାଣ୍ଡୁଆ ମୌଜାରେ କେହି ଘରେ ନଥିବା ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ । ଏହି ମୌଜାର ଅଶୋକ କୁମାର ସାହୁଙ୍କ ଘରେ ଦୁର୍ବୁତମାନେ ପାଚେରୀ ଡେଇଁ ଘର ମୁଖ୍ୟ ଦ୍ୱାର ଗେଟ୍ ତାଲା ଭାଙ୍ଗି ୪ଟି ଘରୁ ୭ଟି ବାକ୍ସ ଓ ଗୋଟିଏ ଷ୍ଟିଲ ଆଲମିରାକୁ କାଟି ସୁନାଗହଣା ଓ ନଗଦ ଟଙ୍କା ନେଇ ଯାଇଥିବା ନେଇ ଅଶୋକ ଜାରକା ବିଟ୍ ହାଉସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରି ଚୂପ ହୋଇ ବସିଛି । ଦୁଇ ଦିନ ତଳେ ତାଙ୍କ ପତ୍ନୀ ନୀଳାବତୀଙ୍କ ଦେହ ଅସୁସ୍ଥ ଥିବାରୁ ସେ ପୁନେ ଚାଲି ଯାଇଥିଲେ । ଆଶୋକ ଗୋଟିଏ ଦିନ ପାଇଁ ଗାଁକୁ ଚାଲି ଯାଇଥିଲେ । ତେବେ ପରଦିନ ଘର ତାଲା ଭଙ୍ଗା ଯାଇ ସବୁ ଲୁଟ କରି ନେଇଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ସେ ଜାରକା ବିଟ୍ ହାଉସରେ ଅଭିଯୋଗ କରିଥିଲେ । ତେବେ ଜାରକା ଅଂଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ସେପରି କିଛି ପଦକ୍ଷେପ ନେଇ ନ ପାରିବାରୁ ଚୋରି ବଢିବଢି ଚାଲିଛି । ଯାହାକି ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande