
ମାଲକାନଗିରି, ୩ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡକ୍ରସ ୟୁନିଟ୍ ପକ୍ଷରୁ କ୍ୟାମ୍ପସ ପରିସରରେ ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଏଚ୍.ଆଇ.ଭି ଏବଂ ଏଡସ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ବାରିକ ସଭାପତିତ୍ୱ କରିଥିବାବେଳେ ଏବଂ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ର ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ହେନ୍ରି ଡୁନାଣ୍ଟଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଅଧ୍ୟାପକ ବିଘ୍ନେଶ୍ୱର ପୀଡିସିକା ମଞ୍ଚ ପରିଚାଳନା କରିବା ସହ କାଯ୍ୟକ୍ରମକୁ ଆୟୋଜିତ କରିଥିଲେ | ପୂର୍ବତନ ଜିଲ୍ଲା ଯୁବ ରେଡକ୍ରସର ଆବାହକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁଙ୍କ ସହ ଅଧ୍ୟାପିକା ଶ୍ରୀମତୀ ପ୍ରେମରେଖା ଭତ୍ରା, ଦୀପ୍ତି ରେଖା ମିଶ୍ର,ଅଧ୍ୟାପକ ପ୍ରମୟ କୁମାର ମହାନ୍ତି ଉପସ୍ଥିତ ରହିଥିଲେ |
ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ବକ୍ତା ଏଚ୍.ଆଇ.ଭି ସଂକ୍ରମଣର କାରଣ, ଏହାର ନିରାକରଣ ଏବଂ ସମାଜରେ ଏଡସ୍ ଆକ୍ରାନ୍ତଙ୍କ ପ୍ରତି ହେଉଥିବା ଭେଦଭାବକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।ଯୁବପିଢ଼ି ହିଁ ସମାଜରେ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ମୁଖ୍ୟ ମାଧ୍ୟମ ବୋଲି ସେ ପ୍ରକାଶ କରିଥିଲେ । ଏହାପରେ ଛାତ୍ରଛାତ୍ରୀ ମାନଙ୍କପାଇଁ ଏକ ପ୍ରଶ୍ନୋତ୍ତର ଏବଂ ତର୍କବିତର୍କ ପ୍ରତିଯୋଗିତା କରାଯାଇଥିଲା | ଅନେକଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ଉଭୟ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା | ଏହି ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପିକା ବିଜୟଲକ୍ଷ୍ମୀ ସେଠୀ ଓ ଅଧ୍ୟାପକ ଆକାଶ ପଡ଼ିଆମି ଯୋଗଦେଇ ପ୍ରତିଯୋଗିତାର ବିଚାର କାର୍ଯ୍ୟ ସମ୍ପାଦନ କରିବା ସହ ଔପଚାରିକ ଭାବେ ଉଦଯାପନ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ