
ମାଲକାନଗିରି, ୩ ସେପ୍ଟେମ୍ବର (ହି.ସ.)- ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନ ଠାରେ ମାଲକାନଗିରି ବ୍ଲକ କଂଗ୍ରେସ କମିଟିକୁ ନେଇ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା।
ଉକ୍ତ ବୈଠକରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ, କାଲିମେଳା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାଲା ମାଢି, ମାଲକାନଗିରି ବ୍ଲକ କଂଗ୍ରେସ ସଭାପତି ଲାଛୁ, ମାଲକାନଗିରି ଜିଲ୍ଲା କିସାନ ସେଲ ସଭାପତି ଦଶରଥ ଡୁରୁକା, ମାଲକାନଗିରି ବ୍ଲକ ଜିଲ୍ଲା ପରିଷଦ ମେମ୍ବର କୃଷ୍ଣ ଚନ୍ଦ୍ର ଅନୁଗୁ, ମାଲକାନଗିରି ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ଭାସ୍କର ଫଟକା, ମାଲକାନଗିରି ଜିଲ୍ଲା କଂଗ୍ରେସ ଏସ ସି ସେଲ ସଭାପତି ପ୍ରାଣକ୍ରିଷ୍ଣା ମଣ୍ଡଳ, ମାଲକାନଗିରି ଜିଲ୍ଲା କଗ୍ରେସ ଏସ ଟି ସେଲ୍ ସଭାପତି ଇର୍ମା ପଡିଆମି, ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଇର୍ମା କବାସୀ, ମାଲକାନଗିରି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପୁଷ୍ପାରାଣୀ ପଡିଆମୀ, ଲାଛୁ ଅଜମେରା, ବୁଦ୍ରା ମାଡକାମୀ, ଅର୍ଜୁନ ପଡିଆମୀ ଓ ଅନନ୍ୟା କର୍ମୀ ଉପସ୍ଥିତ ରହି ଦଳୀୟ ସଂଗଠନକୁ କିପରି ମଜବୁତ କରି ତୃଣମୂଳ ସ୍ତରରେ କାର୍ଯ୍ୟ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ