ସ୍ବପ୍ନ ଥିଲା ସରକାରୀ ଇଂଜିନିୟର ହେବେ ହେଲେ, କୁସଙ୍ଗତରେ ପଡି ବନିଗଲେ ଆନ୍ତଃରାଜ୍ୟ ଲୁଟେରା ।
କେନ୍ଦୁଝର, 03 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଟାଉନ ଥାନା ରାମଚନ୍ଦ୍ରପୁର ସ୍ଥିତ ନୂତନ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସେଣ୍ଟରରେ ଗତ ଜୁଲାଇ ୧୯ ତାରିଖ ସଂଧ୍ୟାରେ ହଟାତ୍ ଅନ୍ଧାର ହୋଇଗଲା। କାରଣ ଖୋଜିବାରୁ ଜଣାପଡ଼ିଲା ସେଣ୍ଟରକୁ ସଂଯୋଗ ହୋଇଥିବା ତାର ଓ ଟ୍ରାନସଫର୍ମର ନାହିଁ। ଯାହାକୁ ନେଇ କେନ୍ଦୁଝର
Dakyatgangarrest


କେନ୍ଦୁଝର, 03 ସେପ୍ଟେମ୍ବର (ହି.ସ.)

କେନ୍ଦୁଝର ଟାଉନ ଥାନା ରାମଚନ୍ଦ୍ରପୁର ସ୍ଥିତ ନୂତନ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସେଣ୍ଟରରେ ଗତ ଜୁଲାଇ ୧୯ ତାରିଖ ସଂଧ୍ୟାରେ ହଟାତ୍ ଅନ୍ଧାର ହୋଇଗଲା। କାରଣ ଖୋଜିବାରୁ ଜଣାପଡ଼ିଲା ସେଣ୍ଟରକୁ ସଂଯୋଗ ହୋଇଥିବା ତାର ଓ ଟ୍ରାନସଫର୍ମର ନାହିଁ। ଯାହାକୁ ନେଇ କେନ୍ଦୁଝର ଆର୍ଟିଓ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥଲେ। ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଏହି ସମାନ ଢଙ୍ଗର କେସ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନା ଅଂଚଳରେ କ୍ରମାଗତ ଘଟି ଚାଲିଲା। ଯାହାକୁ ନେଇ ପୋଲିସ ଚିନ୍ତା ବଢ଼ି ଚାଲିଥିଲା। ଏହି ଘଟଣା କୁ ଗୁରୁତର ସହ ନେଇ କେନ୍ଦୁଝର ପୋଲିସ ୧୨ଟି ଟିମ ଗଠନ କରି ମୟୁରଭଞ୍ଜ, ଯାଜପୁର, ଅନୁଗୋଳ, ଢେଙ୍କାନାଳ ତଥା କେନ୍ଦୁଝର ଜିଲ୍ଲାର ୨୦ ଟି ସ୍ଥାନରେ ଚଢଉ କରିଥିଲା। ପ୍ରଥମେ ଏହି ସବୁ ଜିନିଷ କିଣିଥିବା କଟକ ଟାଙ୍ଗୀ ଅଞ୍ଚଳର ଗୌରାଙ୍ଗ ସାହୁଙ୍କୁ ଗିରଫ୍ କରିଥିଲା। ତାଙ୍କ ଠାରୁ ଖବର ପାଇ ଏହି ଡକାୟତି ଗ୍ୟାଙ୍ଗ ର କିଙ୍ଗପିନ ଢେଙ୍କାନାଳ ଭୁବନର ଭ୍ରମରବର ବେହେରାଙ୍କୁ ଗିରଫ କରିଥିଲା। ତାପରେ ଏଥିରେ ସାମିଲ ଥିବା ଜଣ ଜଣ କରି ୧୬ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା। ତାଙ୍କ ନିକଟରୁ

୫୦ଗ୍ରାମ ସୁନା, ୬ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ତମ୍ବା ଏବଂ ଆଲୁମିନିୟମ୍ ତାର, ଦେଢ଼ ଲକ୍ଷ ନଗଦ ଟଙ୍କା, ୧୨ ଟି ମୋବାଇଲ ସହ ଅନେକ ସାମଗ୍ରୀ ଜବତ କରିଥିଲା।

ଏହି ଘଟଣାର ତଦନ୍ତ ସମୟରେ ସବୁଠାରୁ ଚାଞ୍ଚଲ୍ୟ କର ଘଟଣା ଥିଲା କୁସଙ୍ଗ ଯୁବ ଜଣଙ୍କୁ କେତେ ରସାତଳ କରି ପାରେ। ସ୍ୱପ୍ନ ଥିଲା ପାଠ ପଢ଼ି ଇଞ୍ଜିନିୟର ହେବେ ଓ ପରିବାରର ଦୁଃଖ ଦୂର କରି ପାରିବେ।

ହେଲେ କୁଷଙ୍ଗରେ ପଡ଼ି ସେ ବନି ଯାଇଛି କୁଖ୍ୟାତ ଅପରାଧୀ। ଏ ହେଉଛି ଢେଙ୍କାନାଳ ଜିଲ୍ଲା ଭୁବନ ଗାଁର ୨୬ ବର୍ଷୀୟ ଲକ୍ଷ୍ମୀଧର ମୁଣ୍ଡା। ଆଙ୍କୁ ନେଇ ବାପା ମା ଅନେକ ସ୍ୱପ୍ନ ଦେଖିଥିଲେ। ପୁଅର ବି ଇଚ୍ଛା ଥିଲା ବଡ ହୋଇ ସରକାରି ଇଞ୍ଜିନିୟର ହେବେ। ପୁଅର ସ୍ୱପ୍ନ ପୂରଣ କରିବାକୁ ବାପା ମା ମଧ୍ୟ ଦିନ ରାତି ଏକ କରି ଦେଇଥିଲେ। ପୁଅ ବଡ ହୋଇ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେଲା ସତ କୀନ୍ତୁ କୁସଙ୍ଗରେ ପଡ଼ି ଘରୋଇ ଚାକିରି ଛାଡି ଯୋଗ ଦେଇଥିଲା ଏହି ଲୁଟେରା ଗ୍ୟାଙ୍ଗରେ।

ସେହିପରି ଯାଜପୁର କଳିଙ୍ଗ ନଗରର ୩୭ ବର୍ଷିୟ ରାଜୁ ଦେହୁରୀ ପେଶାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ଭଲ ଦରମା ପାଇ ନୀଳାଚଳ ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରୁଥିଲେ। ହେଲେ ସେ ମଧ୍ୟ ଲୁଟେରା ଗ୍ୟାଙ୍ଗରେ ସାମିଲ ହୋଇ ଯାଇଥିଲେ। ଏ ଦୁହିଁ ଙ୍କ କାମ ଥିଲା ଜୀବନ୍ତ ଲାଇନକୁ କାଟି ବିଚିହ୍ନ କରିବା ଓ ଟ୍ରାନସଫର୍ମର ଖୋଲି ସେଥିରୁ କପର ତାର ଅଲଗା କରିବା। ଅନ୍ୟମାନେ ମିଶି ଆଲୁମିନିୟମ୍, କପର ତାର ଚୋରୀ କରି ବିକ୍ରି କରିବା।

ଏହି ଦୁଇ ଜଣ ଉଦାହରଣ ହୋଇଥିବା ବେଳେ ଅନ୍ୟ ଯୁବକ ମାନେ ମଧ୍ୟ ଏହାର ଉଦାହରଣ।

ହେଲେ ସବୁଆଡେ ଅନ୍ଧାର କରୁଥିବା ଏହି ଦଳକୁ କେନ୍ଦୁଝର ପୋଲିସ ଧରିବାରେ ସଫଳ ହୋଇଛି। ତଦନ୍ତରେ ଜଣା ପଡ଼ିଛି ରାଜ୍ୟର ବିଭିନ୍ନ ଥାନାରେ ଏମାନଙ୍କ ନାମରେ ୧୦୦ ରୁ ଉର୍ଦ୍ଧ୍ବ ମାମଲା ରହିଛି। ଏମାନେ ଗିରଫ୍ ହେବା ପରେ ପାଞ୍ଚଟି ଜିଲ୍ଳାର ୧୧ ଟି ଥାନା ଅଧିକାରୀ ଏମାନଙ୍କୁ ରିମାଣ୍ଡ ରେ ନେବାକୁ କେନ୍ଦୁଝରରେ ଡେରା ପକାଇଛନ୍ତି। ଏହି ଡକାୟତି ନେଇ ଆଜି ଟାଉନ୍ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛି କେନ୍ଦୁଝର ପୋଲିସ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande