ଓଡ଼ିଶା ରାଜ୍ୟପାଳଙ୍କ ସହ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନଙ୍କ ସାକ୍ଷାତ
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ନୂଆଦିଲ୍ଲୀ ଗସ୍ତ ସମୟରେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସୌଜନ୍ୟ ସାକ୍ଷାତ ସମୟରେ ରାଜ୍ୟପାଳ ଓ ଉପରାଷ୍ଟ୍ରପତି ଓଡ଼ିଶାର
ଓଡ଼ିଶା ରାଜ୍ୟପାଳଙ୍କ ସହ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନଙ୍କ ସାକ୍ଷାତ


ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)ଓଡ଼ିଶାର

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁବାର ନୂଆଦିଲ୍ଲୀ ଗସ୍ତ ସମୟରେ ଉପରାଷ୍ଟ୍ରପତି ସି.

ପି. ରାଧାକୃଷ୍ଣନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସୌଜନ୍ୟ ସାକ୍ଷାତ ସମୟରେ ରାଜ୍ୟପାଳ ଓ ଉପରାଷ୍ଟ୍ରପତି ଓଡ଼ିଶାର

ବିକାଶ, ସୁଶାସନ ଏବଂ

ସାମାଜିକ-ଆର୍ଥିକ କଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ରାଜ୍ୟର

ବିକାଶମୂଳକ ପ୍ରାଥମିକତା, ଚାଲୁଥିବା

କଲ୍ୟାଣକାରୀ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାର ଉପାୟ ନେଇ

ମଧ୍ୟ ଉଭୟେ ମତ ବିନିମୟ କରିଥିଲେ।

ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର

ପ୍ରଭାବୀ କାର୍ଯ୍ୟକାରିତା ସହିତ ଏହାର ସୁଫଳ ରାଜ୍ୟର ସମସ୍ତ ଅଞ୍ଚଳର ଲୋକଙ୍କ ନିକଟରେ

ପହଞ୍ଚାଇବାର ଆବଶ୍ୟକତା ନେଇ ମଧ୍ୟ ଉଭୟ ଆଲୋଚନା କରିଥିଲେ।

ଡ. କମ୍ଭମପାଟି ଗୁରୁବାର ସକାଳେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା

କରିଥିଲେ। ଜାତୀୟ ରାଜଧାନୀରେ ରହଣି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଓ ଅନୁଷ୍ଠାନରେ

ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande