କନ୍ଧମାଳ ଜିଲ୍ଲା ଚେସ୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକ:କର୍ମକର୍ତ୍ତା ନିର୍ବାଚନ
District Chess Association Election News
ଫୋଟ


କନ୍ଧମାଳ , ୦୩ ସେପ୍ଟେମ୍ବର (ହି.ସ.) କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ପ୍ରସିଦ୍ଧ 'ବନାନୀ କଳା ସଙ୍ଗମ' ପରିସରରେ କନ୍ଧମାଳ ଜିଲ୍ଲା ଚେସ୍ ଆସୋସିଏସନ୍ ର ଏକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ, ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଚେସ୍ (ଚତୁରଙ୍ଗ) ଖେଳର ପ୍ରସାର, ଗ୍ରାମାଞ୍ଚଳରୁ ନୂତନ ପ୍ରତିଭା ଖୋଜି ବାହାର କରିବା ଏବଂ ଯୁବ ଖେଳାଳିମାନଙ୍କୁ ଉପଯୁକ୍ତ ମାଧ୍ୟମ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ସଙ୍ଘର ବରିଷ୍ଠ ସଦସ୍ୟମାନଙ୍କ ଉପସ୍ଥିତିରେ ଆଗାମୀ କାର୍ଯ୍ୟକାଳ ପାଇଁ ନୂତନ କମିଟି ଚୟନ ପ୍ରକ୍ରିୟା ସର୍ବସମ୍ମତି କ୍ରମେ ସମ୍ପାଦିତ ହୋଇଯାଇଛି । ସାଧାରଣ ପରିଷଦ ବୈଠକ ସଭାପତି ଇଂ ଜ୍ଞାନ କୁମାର ଦୋରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସମ୍ପାଦକ ଶ୍ରୀ ବିଜୟ କୁମାର ମହାନ୍ତି ବିବରଣୀ ପାଠ କରିଥିଲେ। ପରେ ରାଜ୍ୟ ଚେସ୍ ଆସୋସିଏସନ୍ ର ଉପସଭାପତି ଶ୍ରୀ ଶଙ୍କରସଣ ମିଶ୍ର ଯୋଗ ଦେଇ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ନୁତନ କର୍ମକର୍ତ୍ତା ନିର୍ବାଚନ ରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଡ଼. ଅରୂପ କୁମାର ଜେନାଙ୍କୁ ନିର୍ବାଚିତ କରାଯାଇଥିଲା । ଏଥି ସହିତ ଶ୍ରୀ ଗୌରୀ ଶଙ୍କର ମହାପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ସୂନୀଲ ପଟ୍ଟନାୟକ, ଉପସଭାପତି ଭାବେ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଶ୍ରୀ ଅଜିତ କୁମାର ମହାରଣା ଓ ଶ୍ରୀ ରାଧାମୋହନ ମହାପାତ୍ର ନିର୍ବଚିତ ହୋଇଥିବା ବେଳେ ସହ ସମ୍ପାଦିକା ଶ୍ରୀମତୀ ତରୁଲତା ପରିଡା, ସଂଗଠନ ସମ୍ପାଦକ ଶ୍ରୀ ରବିନ କୁମାର ସାମନ୍ତରାୟ ଓ କୋଷାଧ୍ୟକ୍ଷ ଶ୍ରୀ ଜୟସେନ ପରିଡାଙ୍କୁ ନିର୍ବାଚିତ କରାଯାଇଛି । ନବଗଠିତ କମିଟିରେ ମୁଖ୍ୟ ଉପଦେଷ୍ଠା: ଇଂ. ଜ୍ଞାନ କୁମାର ଦୋରା, ବିଜୟ କୁମାର ମହାନ୍ତି ଓ କାର୍ଯ୍ୟକାରି କମିଟି ସଦସ୍ଯ ଭାବେ,ଶ୍ରୀ ପ୍ରଶାନ୍ତ କୁମାର ଦାଶ,ଶ୍ରୀ ନାରାୟଣ ସାହୁ, ଶ୍ରୀମତୀ ବିରାଜିନୀ ମହାପାତ୍ର, ଅଶୋକ କୁମାର ପରିଡା, ପ୍ରମୁଖ ରହିଛନ୍ତି। ର୍ବାଚନ ପରେ ଆୟୋଜିତ ସାଧାରଣ ସଭାରେ ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିବା ସହ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚେସ୍ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ସଙ୍କଳ୍ପ ନେଇଛନ୍ତି। ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ସାମ୍ନାକୁ ଆଣି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସଙ୍ଘ ସଦାସର୍ବଦା ସଚେଷ୍ଟ ରହିବ ବୋଲି ନବନିର୍ବାଚିତ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହି ନୂତନ କମିଟି ଗଠନ ପରେ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ସଂଗଠନ, ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀମାନଙ୍କ ପକ୍ଷରୁ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande