ଦେଶି ମଦ ଚାଲାଣ ବେଳେ ଚଢଉ, ୩ ଅଭିଯୁକ୍ତ ଗିରଫ
ଜୟପୁର, ୩ ସେପ୍ଟେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରି ୨ ମହିଳାଙ୍କ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲା ରାମ ହରି ହରିଜନ । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ପାଇ ଜୟପୁର ସଦର ଥାନା ଅନ୍ତର୍ଗତ ଏକମ
ଡଙ୍ଗାଗୁଡା ଫିଡର୍ ଟ୍ରାନ୍ସଫର୍ମର କାମ ବେଳେ ଚାର୍ଜ କରିଦେଲେ କରେଣ୍ଟ କର୍ମଚାରୀ ଗୁରୁତର ଆହତ


ଜୟପୁର, ୩ ସେପ୍ଟେମ୍ବର (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଚଢଉ କରି ୨ ମହିଳାଙ୍କ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲା ରାମ ହରି ହରିଜନ ।

ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ପାଇ ଜୟପୁର ସଦର ଥାନା ଅନ୍ତର୍ଗତ ଏକମ୍ବାରେ ରାସ୍ତାରେ ଚଢଉ କରିଛି । ଚଢଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ କରି ୨୩ ଲିଟର ଦେଶି ମଦ, ୧୧ ଲିଟର ଭାଟି ମଦ ଜବତ କରିଛି । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande