ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ) : ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ‘ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି’ (ଆଇଏମପିସିସି) - ଓଡ଼ିଶା ମଣ୍ଡଳର ସେପ୍ଟେମ୍ବର
ସମନ୍ୱିତ ଓ ପ୍ରଭାବଶାଳୀ     ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ) :

ଭୁବନେଶ୍ୱର, 3 ସେପ୍ଟେମ୍ବର

(ହି.ସ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା

‘ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି’ (ଆଇଏମପିସିସି) - ଓଡ଼ିଶା ମଣ୍ଡଳର ସେପ୍ଟେମ୍ବର

ମାସର ବୈଠକ ଆଜି ଭୁବନେଶ୍ୱରସ୍ଥିତ ଏନଏବିଏମ୍‌ ପ୍ରସାର ଭାରତୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ

ହୋଇଯାଇଛି। ବୈଠକରେ ବିଭିନ୍ନ ସଦସ୍ୟ ସଂଗଠନର ପ୍ରମୁଖ ସଫଳତା ଓ ଶ୍ରେଷ୍ଠ ପ୍ରଚଳନ ସମ୍ପର୍କରେ

ଉପସ୍ଥାପନା ସହିତ ଜନସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉଦୀୟମାନ ପ୍ରଯୁକ୍ତି ଓ ଡିଜିଟାଲ୍

ଉପକରଣର ବ୍ୟବହାର ନେଇ ଆଲୋଚନା କରାଯାଇଥିଲା।

ପିଆଇବି ଓ ସିବିସି, ଭୁବନେଶ୍ୱରର

ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଆଇଏମପିସିସିର ଅଧ୍ୟକ୍ଷ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ

ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ସଦସ୍ୟ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ସରକାରୀ

ଯୋଗାଯୋଗକୁ ଅଧିକ ସମନ୍ୱିତ ଓ ପ୍ରଭାବଶାଳୀ କରିବା ସମ୍ପର୍କରେ ମତବିନିମୟ କରିଥିଲେ। ସୂଚନାର

ପ୍ରଭାବଶାଳୀ ପ୍ରସାର, ବିଭିନ୍ନ ମାଧ୍ୟମର ସମନ୍ୱିତ ବ୍ୟବହାର ଏବଂ ଜନସାଧାରଣଙ୍କ ନିକଟରେ

ସଠିକ୍ ସୂଚନା ପହଞ୍ଚାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ମୁଖ୍ୟ ଅଭିଭାଷଣରେ ଶ୍ରୀ

ମିଶ୍ର ଫ୍ରାଞ୍ଜ କାଫ୍‌କାଙ୍କ ୧୯୧୫ ମସିହାର ପ୍ରସିଦ୍ଧ କୃତି ‘ମେଟାମର୍ଫୋସିସ୍‌’ର ଉଦାହରଣ ଦେଇ

ଯୋଗାଯୋଗର ଗୁରୁତ୍ୱ ଓ ଏହାର ଅଭାବର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଗ୍ରେଗର ସାମସାଙ୍କ

ଚରିତ୍ର ମାଧ୍ୟମରେ ଏକାକୀତ୍ୱ, ବିଚ୍ଛିନ୍ନତା,

ଅବମାନବୀକରଣ ଓ ନିରବତା କିପରି ବ୍ୟକ୍ତିର ପରିବାର, କର୍ମକ୍ଷେତ୍ର

ଓ ସାମାଜିକ ସମ୍ପର୍କକୁ ପ୍ରଭାବିତ କରେ,

ସେ ତାହା ବ୍ୟାଖ୍ୟା କରିଥିଲେ। ସଂଗଠନାତ୍ମକ ପରିବେଶରେ ଯୋଗାଯୋଗର

ଅଭାବ ସୂଚନା ପ୍ରବାହ, ସମନ୍ୱୟ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଥିବା ଦର୍ଶାଇ ସେ

କହିଥିଲେ ଯେ, ନିରବତା ଯୋଗାଯୋଗ ପ୍ରକ୍ରିୟାର ମୃତ୍ୟୁ ସଦୃଶ। ମତଭେଦ କିମ୍ବା

ଅସନ୍ତୋଷ ଥିଲେ ମଧ୍ୟ ଖୋଲା ଆଲୋଚନା ଜାରି ରଖିବା ନିରବତାଠାରୁ ଅଧିକ ଫଳପ୍ରଦ ବୋଲି ସେ ଉଲ୍ଲେଖ

କରି, ବ୍ୟକ୍ତି, ବିଭାଗ ଓ

ସଂସ୍ଥା ମଧ୍ୟରେ ନିରନ୍ତର ଓ ଖୋଲା ଯୋଗାଯୋଗ ବ୍ୟବସ୍ଥା ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ।

ବୈଠକରେ ସଦସ୍ୟ

ସଂସ୍ଥାଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ନବୀନ ଜନସମ୍ପର୍କ ପଦକ୍ଷେପ ଓ ସଫଳ ଯୋଗାଯୋଗ

ମଡେଲଗୁଡ଼ିକ ସମ୍ପର୍କରେ ଅଭିଜ୍ଞତା ବିନିମୟ କରାଯାଇଥିଲା। ବିଭିନ୍ନ ସଂସ୍ଥାର ଉତ୍ତମ

ଅଭ୍ୟାସଗୁଡ଼ିକୁ ଅନ୍ୟମାନଙ୍କ ସହ ବାଣ୍ଟିବା ସହିତ ସେଗୁଡ଼ିକର ସମ୍ଭାବ୍ୟ ଅନୁପ୍ରୟୋଗ ଉପରେ

ମତବିନିମୟ ହୋଇଥିଲା। ଏହା ମାଧ୍ୟମରେ ସରକାରୀ ସୂଚନା ଓ ବାର୍ତ୍ତାକୁ ବିଭିନ୍ନ ମାଧ୍ୟମରେ ଅଧିକ

ସୁଗମ ଓ ପ୍ରଭାବଶାଳୀ ଭାବେ ପହଞ୍ଚାଇବାର ଉପାୟ ନେଇ ଆଲୋଚନା କରାଯାଇଥିଲା।

ବୈଠକରେ ପ୍ରୋଭିଡେଣ୍ଟ ଫଣ୍ଡ, ଭୁବନେଶ୍ୱରର

ଅତିରିକ୍ତ କମିଶନର ଶ୍ରୀ ଜୁଲିଆନ୍ ଟୋବିଆସ୍,

ଆଇଏମଏମଟି, ଭୁବନେଶ୍ୱରର ବୈଜ୍ଞାନିକ-ଜି ଶ୍ରୀ ସତ୍ୟଜିତ ରଥ, ନ୍ୟାସନାଲ୍

ପ୍ରଡକ୍ଟିଭିଟି କାଉନସିଲ୍‌ର ଉପ-ନିର୍ଦ୍ଦେଶକ ଶ୍ରୀ ଶ୍ୟାମ ପ୍ରସାଦ, ଆରଆଇଇର

ସହକାରୀ ପ୍ରାଧ୍ୟାପକ ଡଃ ଦେବାଶିଷ ମହାପାତ୍ର,

ଆଇସିଏଆର-ସିଫା,

ଭୁବନେଶ୍ୱରର ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ ଶ୍ରୀ ହିମାଂଶୁ କେ. ଦେ, ସିଆରଆରଆଇ, କଟକର

ବରିଷ୍ଠ ବୈଜ୍ଞାନିକ ଶ୍ରୀ ସୁଦୀପ୍ତ ପଲ୍,

ସିଆରଆରଆଇ, କଟକର ବୈଷୟିକ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଦଲାଲ, ଆକାଶବାଣୀ, କଟକର

ଟ୍ରାନ୍ସମିସନ୍ ଏକ୍ଜିକ୍ୟୁଟିଭ୍ ଶ୍ରୀ ରାଜୀବ କୁମାର ମାହୁନ୍ତ, ଦୂରଦର୍ଶନ

କେନ୍ଦ୍ର, ଭୁବନେଶ୍ୱରର

ପ୍ରୋଗ୍ରାମ୍ ଏକ୍ଜିକ୍ୟୁଟିଭ୍ ଶ୍ରୀ ସୁମନ କୁମାର ଝା,

ଦୂରଦର୍ଶନ କେନ୍ଦ୍ର,

ଭୁବନେଶ୍ୱରର ନ୍ୟୁଜ୍ ଏଡିଟର ଶ୍ରୀ ସୁଦର୍ଶନ ସାହୁ, ଆକାଶବାଣୀ

ଆରଏନୟୁର ନ୍ୟୁଜ୍ ଏଡିଟର ଶ୍ରୀ ନିର୍ମାଲ୍ୟ ବେହେରା,

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କେନ୍ଦ୍ର ମୁଖ୍ୟ ଶ୍ରୀ

କପିଲ ଜୈନ୍, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ସହକାରୀ

ଜନସମ୍ପର୍କ ଅଧିକାରୀ ଶ୍ରୀମତୀ ଜାଗୃତି ମୟୀ ଦାଶ,

ଏଏସଆଇ, ଭୁବନେଶ୍ୱରର ଏସଏସଏ ଶ୍ରୀ ଅମିତ କୁମାର ଆଚାର୍ଯ୍ୟ, କେଭିଆଇସିର

ସହକାରୀ ନିର୍ଦ୍ଦେଶକ ଶ୍ରୀ ବିଚିତ୍ରାନନ୍ଦ ପଣ୍ଡା,

ବିଏସଏନଏଲ୍, ଭୁବନେଶ୍ୱରର ପ୍ରିନ୍ସିପାଲ୍ ଜେନେରାଲ୍ ମ୍ୟାନେଜର, ଏଚଆର୍ ଓ

ପ୍ରଶାସନ ଶ୍ରୀ ଇନ୍ଦ୍ର ଗୋବିନ୍ଦ ସୋରେନ୍,

ଇଗ୍ନୋ ଆଞ୍ଚଳିକ କେନ୍ଦ୍ର,

ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ବିମଳ ଚନ୍ଦ୍ର ନନ୍ଦ, ଇଗ୍ନୋ, ଭୁବନେଶ୍ୱରର

ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସନ୍ତୋଷ କେ. ପାଣିଗ୍ରାହୀ, ଏମପିଇଡିଏ, ଭୁବନେଶ୍ୱରର

ସହକାରୀ ନିର୍ଦ୍ଦେଶକ ଡଃ ବିଜି ଭି.ଏନ୍.,

ଇପିଏଫଓ, ଭୁବନେଶ୍ୱରର ଆଞ୍ଚଳିକ ପିଏଫ୍ କମିଶନର ଶ୍ରୀ କାଶୀନାଥ ସାହୁ, ସୂଚନା ଓ

ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା କର, ଏନସିଏସସିର

ସହକାରୀ ନିର୍ଦ୍ଦେଶକ ଶ୍ରୀ ସନାତନ ଦାସ,

ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁଶୱାହା, ଆଇଆଇଟି

ଭୁବନେଶ୍ୱରର ଜନସମ୍ପର୍କ ଅଧିକାରୀ ଶ୍ରୀମତୀ ଧରିତ୍ରୀ ଶତପଥୀ, ମାଇ

ଭାରତ, ଯୁବ

ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଏଏସଓ ଶ୍ରୀ ରୋହିତ ନନ୍ଦେଶ୍ୱର, ଜନଗଣନା

କାର୍ଯ୍ୟ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ ମୁଖୀ, ନ୍ୟାସନାଲ

କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲ୍ଡର ସହକାରୀ ନିର୍ଦ୍ଦେଶକ ଶ୍ରୀ ସନାତନ ଦାସ, ନ୍ୟାସନାଲ

କ୍ୟାରିୟର ସର୍ଭିସ ସେଣ୍ଟର ଫର ଏସ୍‌ସି/ଏସ୍‌ଟିର ସବ୍-ରିଜିଓନାଲ ଏମ୍ପ୍ଲୟମେଣ୍ଟ ଅଫିସର ଶ୍ରୀ

ତପନ କୁମାର ରାଉଳ, କେନ୍ଦ୍ରୀୟ ସଂଚାର ବ୍ୟୁରୋ,

ଭୁବନେଶ୍ୱରର ଫିଲ୍ଡ ପବ୍ଲିସିଟି ଅଫିସର ଶ୍ରୀମତୀ ସସ୍ମିତା ପାଇକରାୟ

ଏବଂ ପିଆଇବି, ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା

ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକର ଆରମ୍ଭରେ

ଆଇଏମପିସିସିର ସଦସ୍ୟ ସଚିବ ତଥା କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି)ର ସହକାରୀ ନିର୍ଦ୍ଦେଶକ

ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ

ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ଭାବେ ଅବଗତ କରାଇଥିଲେ। ଆଗାମୀ ଆଇଏମପିସିସି

ବୈଠକର ବିଷୟବସ୍ତୁ ଓ କାର୍ଯ୍ୟକ୍ରମ ନେଇ ସଦସ୍ୟମାନେ ମଧ୍ୟ ମତବିନିମୟ କରିଥିଲେ। ଶେଷରେ ପିଆଇବି, ଭୁବନେଶ୍ୱରର

ସୂଚନା ସହାୟକ ଶ୍ରୀ ବିକାଶ ରଞ୍ଜନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande