କମିଶନର କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କିକ୍ ବକ୍ସିଂ ପ୍ରଶିକ୍ଷଣ
କମିଶନର କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କିକ୍ ବକ୍ସିଂ ପ୍ରଶିକ୍ଷଣ
କମିଶନର କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କିକ୍ ବକ୍ସିଂ ପ୍ରଶିକ୍ଷଣ


କମିଶନର କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କିକ୍ ବକ୍ସିଂ ପ୍ରଶିକ୍ଷଣ


ସମ୍ବଲପୁର, ୦୩ ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ସହରାଂଚଳ ସ୍ଥିତ କମିଶନର କଳୋନୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀ ସମାଜ ପକ୍ଷରୁ ସମ୍ବଲପୁର କିକ୍ ବକ୍ସିଂ ଆସୋସିଏସନ୍ ସହଯୋଗରେ ଏକ ତିନି ଦିନିଆ କିକ୍ ବକ୍ସିଂ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ମାନେ ନିଜର ଆତ୍ମ ସୁରକ୍ଷା ପାଇଁ କଣ ଏବଂ କିଭଳି କୌଶଳ ଅବଲମ୍ବନ କରିପାରିବେ ସେ ନେଇ ଟିକିନିଖି ପ୍ରଶିକ୍ଷଣ ଦିଆଯାଉଛି। ଏହାସହ କିକ୍ ବକ୍ସିଂ କଣ ଏବଂ କ୍ରୀଡା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ଏହାର କଣ ସ୍ଥିତାବସ୍ଥା କ'ଣ ରହିଛି ସେ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। କିକ୍ ବକ୍ସିଂ ଆସୋସିଏସନ୍ ସମ୍ବଲପୁରର ସମ୍ପାଦକ ତଥା କୋଚ୍ ସୁବ୍ରତ କୁମାର ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦେଉଛନ୍ତି। କେନ୍ଦ୍ର ସରକାର କ୍ରୀଡା ବିଶେଷ କରି କିକ୍ ବକ୍ସିଂକୁ ଖେଲୋ ଇଣ୍ଡିଆରେ ସାମିଲ କରି ଏହାର ପ୍ରଶିକ୍ଷାର୍ଥୀଙ୍କୁ କିଭଳି ଆର୍ôଥକ ଏବଂ ଆନୂସଙ୍ଗିକ ସହଯୋଗ ଯୋଗାଇ ଦେଉଛନ୍ତି ସେ ବିଷୟରେ ସଚେତନ କରାଯାଇଥିଲା। ତିନିଦିନିଆ କିକ୍ ବକ୍ସିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହକୁ ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ ପରିଚାଳନା କରିଥିବା ବେଳେ କମିଶନର କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସେଠ୍, କ୍ରୀଡା ଶିକ୍ଷୟିତ୍ରୀ ମୀନୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନରେ ସର୍ମିଲା ସାହୁ, ପ୍ରୀୟଙ୍କା ସାହୁ, ଅନୀମା ଡୁଙ୍ଗଡୁଙ୍ଗ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande