ପୱନ କଲ୍ୟାଣଙ୍କ ଜନ୍ମଦିନରେ ଚିରୁ ବୀମା ବଂଟନ
ଜୟପୁର, ୦୩ ସେପ୍ଟେମ୍ବର (ହି.ସ.) - ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଚଳଚ୍ଚିତ୍ର ଅଭିନେତା ପୱନ କଲ୍ୟାଣଙ୍କ ଜନ୍ମଦିନ ଅବସରରେ ଅଖିଳ ଭାରତ ଚିରଞ୍ଜୀବୀ ଯୁବତା ଓଡ଼ିଶା ଶାଖା ପକ୍ଷରୁ ଜୟପୁର ଏମ୍ଜି ରୋଡସ୍ଥିତ ସିସିଏ ଭବନ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜନ୍ମଦିନ ପାଳନ
ପୱନ କଲ୍ୟାଣଙ୍କ ଜନ୍ମଦିନରେ ‘ଚିରୁ ବୀମା’ ବଣ୍ଟନ


ଜୟପୁର, ୦୩ ସେପ୍ଟେମ୍ବର (ହି.ସ.) - ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଚଳଚ୍ଚିତ୍ର ଅଭିନେତା ପୱନ କଲ୍ୟାଣଙ୍କ ଜନ୍ମଦିନ ଅବସରରେ ଅଖିଳ ଭାରତ ଚିରଞ୍ଜୀବୀ ଯୁବତା ଓଡ଼ିଶା ଶାଖା ପକ୍ଷରୁ ଜୟପୁର ଏମ୍ଜି ରୋଡସ୍ଥିତ ସିସିଏ ଭବନ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜନ୍ମଦିନ ପାଳନ ସହ ସମାଜସେବା ଓ ପ୍ରଶଂସକଙ୍କ କଲ୍ୟାଣକୁ ଗୁରୁତ୍ୱ ଦେଇ ବରିଷ୍ଠ ପ୍ରଶଂସକଙ୍କୁ ଚିରୁ ବୀମା ଯୋଜନାରେ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କାର୍ଡ ପ୍ରଦାନ କରାଯାଇଥିଲା। ଏବିସିୱାଇ ଓଡ଼ିଶା ଶାଖା ସଭାପତି ୱାଇ.ଏସ୍. ଖାନ୍ନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ପୌରପାଳିକା ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷା ବି. ସୁନୀତା ଓ ନିର୍ବାହୀ ଅଧିକାରୀ ପୂଜା ରାଉତ ଯୋଗ ଦେଇଥିଲେ। ସିସିଏ କାର୍ଯ୍ୟକାରୀ ସଭାପତି ଏମ୍.ଏମ୍. ନାଗେଶ, ସମ୍ପାଦକ ଗୋବିନ୍ଦ ନାୟକଙ୍କ ସମେତ ବହୁ ପ୍ରଶଂସକ ଉପସ୍ଥିତ ଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ମେଗାଷ୍ଟାର ଚିରଞ୍ଜୀବୀ ଓ ପୱନ କଲ୍ୟାଣଙ୍କ ଜନହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର ଓ ବିଭିନ୍ନ ସାମାଜିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପକ୍ଷରୁ ଜନସେବାମୂଳକ କାର୍ଯ୍ୟ କରାଯାଉଥିବା ନେଇ ଅତିଥିମାନେ ମତ ରଖିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ୧୯୮୩ ମସିହାରୁ ଏହି ପ୍ରଶଂସକ ସଂଗଠନ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପକ୍ଷରୁ ବରିଷ୍ଠ ପ୍ରଶଂସକଙ୍କ ସୁରକ୍ଷା ପାଇଁ ଚିରୁ ବୀମା ଯୋଜନାରେ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କାର୍ଡ ପ୍ରଦାନ କରାଯାଉଛି। ଜୟପୁରର ପ୍ରାୟ ୫୦ ଜଣ ବରିଷ୍ଠ ପ୍ରଶଂସକଙ୍କୁ ବୀମା ପତ୍ରିକା ପ୍ରଦାନ କରାଯାଇତିବା ବେଳେ ବ୍ରହ୍ମପୁର, ପାରଳାଖେମୁଣ୍ଡି, ସୁନାବେଡ଼ା, ଦାମନଯୋଡ଼ି, କୋରାପୁଟ ଓ ରାୟଗଡ଼ାର ଶତାଧିକ ପ୍ରଶଂସକ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଶେଷରେ ସିସିଏ ଆବାହକ ତୁଳସୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande