
ଜୟପୁର, ୦୩ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲାରେ ଚାଲିଥିବା ବିଶେଷ ତୀବ୍ର ଭୋଟର ତାଲିକା ସଂଶୋଧନ ଏସ ଆଇ ଆର ୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ତା. ୦୩.୦୯.୨୦୨୬ ରେ କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଭାରତ ନିର୍ବାଚନ ଆୟୋଗର ପ୍ରଧାନ ସଚିବ ଏସ୍.ବି. ଯୋଶୀଙ୍କ କୋରାପୁଟ ଗସ୍ତ ସମୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତାଙ୍କ ସହ ଭାରତ ନିର୍ବାଚନ ଆୟୋଗର ଅଣ୍ଡର ସେକ୍ରେଟାରୀ ଶ୍ରୀ ବିଭୋର ଅଗ୍ରୱାଲ ଏବଂ ଓଡ଼ିଶା ସରକାରଙ୍କ ଗୃହ (ନିର୍ବାଚନ) ବିଭାଗର ଉପସଚିବ ଜିତେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।
ବୈଠକର ଆରମ୍ଭରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଗସ୍ତରତ ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ନିଜର ପରିଚୟ ପ୍ରଦାନ କରିଥିଲେ ଏବଂ ବୈଠକରେ ଯୋଗଦେଇଥିବା ସମସ୍ତ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ।
ବୈଠକରେ . ଶ୍ରୀ ନରେଶ ଚନ୍ଦ୍ର ସବର, ଅତିରିକ୍ତ ଜିଲ୍ଲାପାଳ-ତଥା-ଇଆରଓ, ୧୪୨-କୋଟପାଡ଼ (ଅନୁସୂଚିତ ଜନଜାତି) ବିଧାନସଭା ନିର୍ବାଚନମଣ୍ଡଳୀ।,୨. ଶ୍ର ତପନ କୁମାର ନାଏକ, ଅତିରିକ୍ତ ଜିଲ୍ଲାପାଳ ୧୪୧-ଲକ୍ଷ୍ମୀପୁର (ଅନୁସୂଚିତ ଜନଜାତି) ବିଧାନସଭା ନିର୍ବାଚନମଣ୍ଡଳୀ।
ପ୍ରେମଲାଲ ହିଆଲ, ଉପଜିଲ୍ଲାପାଳ ୧୪୪-କୋରାପୁଟ (ଅନୁସୂଚିତ ଜାତି) ବିଧାନସଭା ନିର୍ବାଚନମଣ୍ଡଳୀ।, ଯଦୁମଣି ନାଏକ, ଉପଜିଲ୍ଲାପାଳ, ଜୟପୁର-, ୧୪୩-ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀ।
ଶ୍ରୀ ଶରତ ମାଝୀ, ଅତିରିକ୍ତ ଉପଜିଲ୍ଲାପାଳ, ୧୪୫-ପଟ୍ଟାଙ୍ଗୀ (ଅନୁସୂଚିତ ଜନଜାତି) ବିଧାନସଭା ନିର୍ବାଚନମଣ୍ଡଳୀ। ଶ୍ରୀ ମଙ୍ଗଳ ଚରଣ ବାସ୍କେ, ଡେପୁଟି କଲେକ୍ଟର (ନିର୍ବାଚନ), କୋରାପୁଟ।
ବୈଠକରେ ଏସ୍.ବି. ଯୋଶୀ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଅନୁଯାୟୀ ଏସଆଇଆର-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ୨୧.୦୯.୨୦୨୬ ତାରିଖରେ ଚୂଡ଼ାନ୍ତ ଖସଡ଼ା ପ୍ରକାଶନ ହେବାକୁ ଥିବାରୁ ତାହା ପୂର୍ବରୁ ସମସ୍ତ କାର୍ଯ୍ୟ ସମୟୋଚିତ ଭାବେ ସମ୍ପାଦନ କରିବା ଉପରେ ସମୀକ୍ଷା କରାଯାଇଥିଲା। ପ୍ରଧାନ ସଚିବ ପ୍ରତ୍ୟେକଙ୍କ ସହ ପୃଥକ ଭାବେ ଆଲୋଚନା କରି ସେମାନଙ୍କ ନିର୍ବାଚନମଣ୍ଡଳୀରେ ଏସ ଆଇ ଆର ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ଅବସରରେ ଇଆରଓ ମାନେ ଏସଆଇଆର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପ୍ରଧାନ ସଚିବଙ୍କୁ ଅବଗତ କରିବା ସହ କ୍ଷେତ୍ରସ୍ତରରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ।
ପ୍ରଧାନ ସଚିବ ନିର୍ବାଚନ ସାକ୍ଷରତା କ୍ଲବ୍ ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରି ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଇଏଲସି କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ପାଇଁ ଇଆରଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଯୁବ ଓ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଭୋଟରମାନଙ୍କୁ ନିର୍ବାଚନୀ ସଚେତନତା ଓ ସାକ୍ଷରତା କାର୍ଯ୍ୟକ୍ରମରେ ଅଧିକ ସଂପୃକ୍ତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଯୁବ ଭୋଟର, ଛାତ୍ରଛାତ୍ରୀ ଓ ଅନ୍ୟ ଯୋଗ୍ୟ ନାଗରିକମାନଙ୍କ ମଧ୍ୟରେ ଋଖଉ କାର୍ଯ୍ୟକଳାପର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ସହ ନିର୍ବାଚନୀ ସଚେତନତା ବୃଦ୍ଧି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଚେତନ ଓ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଇଆରଓମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।
ବୈଠକ ଶେଷରେ ଏସଆଇଆର-୨୦୨୬ର ସମସ୍ତ କାର୍ଯ୍ୟ ସମୟବଦ୍ଧ ଓ ପ୍ରଭାବଶାଳୀ ଭାବେ ସମ୍ପନ୍ନ କରିବା, ଇଏଲସି କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ଜାରି ନିର୍ଦ୍ଦେଶାବଳୀର କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି