
ଏହି ପଦକ୍ଷେପ ଓଡ଼ିଶାର ଏମ୍ଏସ୍ଏମ୍ଇଗୁଡ଼ିକର
ଦୃଶ୍ୟମାନତା, ପ୍ରତିଯୋଗିତାମୂଳକ
କ୍ଷମତା ଓ ସମାବେଶୀକରଣକୁ ବୃଦ୍ଧି କରିବା ସହ ଡିଜିଟାଲ୍ ଇଣ୍ଡିଆ, ମେକ୍
ଇନ୍ ଇଣ୍ଡିଆ ଓ ଭୋକାଲ୍ ଫର୍ ଲୋକାଲ୍ର ବ୍ୟାପକ ଲକ୍ଷ୍ୟ ସହ ସମନ୍ୱୟ ସ୍ଥାପନ କରିବ
ଭୁବନେଶ୍ୱର, ସେପ୍ଟେମ୍ବର ୩(ହି.ସ) ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ
ଗର୍ଗ ଆଜି ଏମ୍ଏସ୍ଏମ୍ଇ ଗ୍ଲୋବାଲ୍ ମାର୍ଟ ପୋର୍ଟାଲରେ ଓଡ଼ିଶା ରାଜ୍ୟ ଇ-ପାଭିଲିୟନର
ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ଅଧିକ ଦୃଶ୍ୟମାନତା ପ୍ରଦାନ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ
ସେମାନଙ୍କ ପହଞ୍ଚକୁ ସୁଦୃଢ଼ କରିବା ଏହି ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମର ମୁଖ୍ୟ ଉଦ୍ଦେଶ୍ୟ।
ନ୍ୟାସନାଲ୍ ସ୍ମଲ୍
ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ (ଏନଏସଆଇସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟଙ୍କ
ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏହି ଇ-ପାଭିଲିୟନ୍ର ଆନୁଷ୍ଠାନିକ ଶୁଭାରମ୍ଭ
କରିଥିଲେ।
ପ୍ରାରମ୍ଭରେ ଏନ୍ଏସ୍ଆଇସିର
ସିଏମ୍ଡି ଡ. ଆଚାର୍ଯ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଓଡ଼ିଶାର ଏମ୍ଏସ୍ଏମ୍ଇ
ପରିବେଶକୁ ସୁଦୃଢ଼ କରିବା ନେଇ ସହଯୋଗୀମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।
ଆଲୋଚନା ସମୟରେ ଡ. ଆଚାର୍ଯ୍ୟ
ଏନ୍ଏସ୍ଆଇସିର ବିଭିନ୍ନ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ଭାରତ ସରକାରଙ୍କ
ଆକାଂକ୍ଷୀ ପଦକ୍ଷେପ ଯଥା ନ୍ୟାସନାଲ୍ ଏସ୍ସି-ଏସ୍ଟି ହବ୍ ସ୍କିମ୍, ଟିମ ପଦକ୍ଷେପ ଏବଂ ଏସଆରଆଇ ଫଣ୍ଡ ଆଦି ସାମିଲ
ରହିଛି।
ସେହିପରି ନିକଟରେ ଆରମ୍ଭ
ହୋଇଥିବା ଏମଏସଏମଇ ଗ୍ଲୋବାଲ ମାର୍ଟ 2.0 ଏବଂ
ଓଡ଼ିଶାର ଏମ୍ଏସ୍ଏମ୍ଇଗୁଡ଼ିକୁ ବଜାର ସହ ଯୋଡ଼ିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ
ଆଲୋଚନା ହୋଇଥିଲା।
ରାଜ୍ୟର ଏମ୍ଏସ୍ଏମ୍ଇଗୁଡ଼ିକୁ
ଅଧିକ ପ୍ରତିଯୋଗିତାମୂଳକ ଓ ବଜାର ସହ ଅଧିକ ସଂଯୋଜିତ କରିବା ଲକ୍ଷ୍ୟରେ ଏନ୍ଏସ୍ଆଇସି ଏବଂ
ଓଡ଼ିଶା ସରକାରଙ୍କ ପ୍ରୟାସକୁ ସମନ୍ୱିତ କରିବା ଉପରେ ଉଭୟ ପକ୍ଷ ସହମତ ହୋଇଥିଲେ।
ଏହି ଦିଗରେ ମୁଖ୍ୟ ଶାସନ
ସଚିବ ‘ଗଭର୍ନମେଂଟ ଆଜ୍ ଏ ହୋଲ’ ଦୃଷ୍ଟିକୋଣ
ଉପରେ ଗୁରୁତ୍ୱ ଦେଇ ଓଡ଼ିଶାର ଏମ୍ଏସ୍ଏମ୍ଇଗୁଡ଼ିକୁ ଡିଜିଟାଲ୍ ସଶକ୍ତିକରଣ, ସମାବେଶୀ ସରକାରୀ କ୍ରୟ ବ୍ୟବସ୍ଥା ଏବଂ ବଜାରରେ ଅଧିକ ପହଞ୍ଚ ପାଇଁ ସୁବିଧା
ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟ ଇ-ପାଭିଲିୟନ୍ ଓଡ଼ିଶାର
ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ପ୍ରଦର୍ଶନୀ ଭାବେ କାର୍ଯ୍ୟ କରିବ।
ଏଥିରେ ଓଡିଓପି ଉତ୍ପାଦ, ଜିଆଇ ଟ୍ୟାଗ୍
ପ୍ରାପ୍ତ ସାମଗ୍ରୀ, ବିଭିନ୍ନ ଶିଳ୍ପ କ୍ଲଷ୍ଟର ଏବଂ କାରିଗର ଉଦ୍ୟୋଗ**
ସାମିଲ ହେବ। ଏହା ମାଧ୍ୟମରେ ଏମ୍ଏସ୍ଏମ୍ଇଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ଡିଜିଟାଲ୍
ବାଣିଜ୍ୟ ସୁଯୋଗ ସହ ସୁସଂଗଠିତ ଭାବେ ଯୋଡ଼ିବାର ସୁଯୋଗ ମିଳିବ।
ଏହି ପଦକ୍ଷେପ ଓଡ଼ିଶାର ଏମ୍ଏସ୍ଏମ୍ଇଗୁଡ଼ିକର
ଦୃଶ୍ୟମାନତା, ପ୍ରତିଯୋଗିତାମୂଳକ
କ୍ଷମତା ଓ ସମାବେଶୀକରଣକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବା ସହ ଡିଜିଟାଲ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲ୍ର ବ୍ୟାପକ ଦୃଷ୍ଟିକୋଣ ସହ ସମନ୍ୱୟ
ସ୍ଥାପନ କରିବ ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା