
ଜୟପୁର, ୦୩ ସେପ୍ଟେମ୍ବର (ହି.ସ.) - ଜୟପୁର ପୌର ସଭା ଗୃହରେ ଆଜି ଜରୁରି କାଳିନ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି ।ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ସାସଂଦ ପ୍ରତିନିଧି ହସନ ମଦାନୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ ଙ୍କ ସହ କାଉନସିଲର ନ ଉପସ୍ଥିତ ଥିଲେ । ବୈଠକରେ ଆସନ୍ତା ୨୬-୨୭ ଆର୍ôଥକ ବର୍ଷର କାର୍ଯ୍ୟ ଖସଡା ମଞ୍ଜୁର, ଜୟପୁର ସହରରେ ସୌନ୍ଦର୍ଯ୍ୟ କରଣ, ପୌରାଂଚଳର ରହିଥିବା ବିଦ୍ୟାଳୟରେ ପାଣି ଗଳୁଥିବା ବେଳେ ତାହା କିପରି ମରାମିତ କରିବା , ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତି ହୋଇଛି । ଅଙ୍ଗନବାଡୀ ନିର୍ମାଣ ନେଇ ପୌର ପାଳିକାର ଜାଗା ନଥିବାରୁ ରାଜସ୍ୱ ବିଭାଗ ସହ ଆଲୋଚନା କରିବାକୁ ନିଷ୍ପତି ହୋଇଛି । ଏହା ସହ ସହରରେ ଦଶହରା ପୁବପୁ ସମସ୍ତ ସାହିରେ ଷ୍ଟ୍ରିଟ ଲାଇଟ ଲଗାଇବା ଓ ମରାମତି କରିବାକୁ ନିଷ୍ପତିି ହୋଇଛି । ଜୟପୁର ସହରର କାୟାକଳ୍ପ ପାଇଁ ଏବେ ପ୍ରସ୍ତୁତ ହେଉଛି ନୂଆ ରୂପରେଖ। ସହରର ପରିମଳ, ରାସ୍ତାଘାଟ, ଶିକ୍ଷାନୁଷ୍ଠାନର ଭିତିଭୂମି, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ନାଗରିକ ସୁବିଧାକୁ ନେଇ ଆଜିର ପୌରପାଳିକାର ଜରୁରୀକାଳୀନ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଏହାସହ ବେଆଇନ ଭାବେ ଏକାଧିକ ଷ୍ଟଲ୍ ଦଖଲ କରିଥିବା ବ୍ୟକ୍ତି, ପରିତ୍ୟକ୍ତ ସରକାରୀ କୋଠାରେ ଅସାମାଜିକ ଆଡ୍ଡା ଏବଂ ଅଧାରୁ କାମ ଛାଡ଼ିଦେଉଥିବା ଠିକାଦାରଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ମଧ୍ୟ ବୈଠକରେ ନିଷ୍ପତି ହୋଇଛି। ବୈଠକ ପରେ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଲୋକଙ୍କ ଟିକସ ଅର୍ଥର ସୁବିନିଯୋଗ କରାଯାଇ ଦଳ, ମତ ଓ ଜାତି ନିର୍ବିଶେଷରେ ଜନସ୍ୱାର୍ଥକୁ ସର୍ବୋପରି ରଖାଯିବ। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ଶେଷ କରିବା ଉପରେ ଗୁରୁତ୍ୱ ରହିବ ବୋଲି ସେ କହିଛନ୍ତି।
ପୁରୁଣା ତହସିଲ ଅଫିସ ନିକଟରେ ବର୍ଷ ବର୍ଷ ଧରି ଅଧପନ୍ତରିଆ ହୋଇ ପଡ଼ିଥିବା ସୁପର ମାର୍କେଟ୍ ପ୍ରକଳ୍ପକୁ ପୁନର୍ଜୀବିତ କରାଯିବ। ଏଠାରେ ଅତ୍ୟାଧୁନିକ ସୁପର ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ପାଇଁ ତୁରନ୍ତ ଟେଣ୍ଡର ଆହ୍ୱାନ କରାଯିବ। ସେହିପରି ସହରର ବିପଦସଙ୍କୁଳ ବିଦ୍ୟାଳୟଗୁଡ଼ିକର ତାଲିକା ଦୁଇ ଦିନ ମଧ୍ୟରେ ଦେବାକୁ କାଉନସିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ତ ବିଭାଗର ଯାଂଚ ପରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ସାଂସଦ ପାଣ୍ଠିରୁ ୫ ଲକ୍ଷ, ବିଧାୟକ ପାଣ୍ଠିରୁ ୫ ଲକ୍ଷ ଏବଂ ପୌରପାଳିକା ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯିବ। ଫଳରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ମୋଟ ୧୫ ଲକ୍ଷ ଟଙ୍କା ଉପଲବ୍ଧ ହେବ। ସହରର ୨୪ଟି ୱାର୍ଡରେ ଭଡ଼ା ଘରେ ଚାଲୁଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସ୍ଥାୟୀ ଗୃହ ଯୋଗାଇବା ପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଅତ୍ୟନ୍ତ ଜର୍ଜରିତ କୋଠାଗୁଡ଼ିକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରାଯିବ। ଆଗକୁ ଦଶହରା ଆସୁଥିବାରୁ ସହରର ଅନ୍ଧାର ଅଂଚଳଗୁଡ଼ିକରେ ନୂଆ ଆଲୋକ ଲଗାଯିବ। ଏଥିପାଇଁ ସାଂସଦ ପାଣ୍ଠିରୁ ୧୫ ଲକ୍ଷ ଓ ପୌରପାଳିକା ପାଣ୍ଠିରୁ ୧୦ ଲକ୍ଷ ମିଶାଇ ମୋଟ ୨୫ ଲକ୍ଷ ଟଙ୍କା ବ୍ୟୟ ହୋଇ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସହରର ସୌନ୍ଦର୍ଯ୍ୟକରଣ ଯୋଜନାରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତି ପ୍ରତିଷ୍ଠା କରାଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମଦର ଟେରେସାଙ୍କ ପ୍ରତିମୂର୍ତି ସ୍ଥାପନ କରାଯିବ। ସହରର ପ୍ରବେଶ ପଥରେ ଆକର୍ଷଣୀୟ ‘ନମସ୍କାର ଆର୍କ’ ନିର୍ମାଣ ସହ ପୁରୁଣା ଏସ୍ୟୁଏଚ୍ କୋଠାର ସମ୍ପୂର୍ଣ୍ଣ ମରାମତି କରାଯିବ। ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ । ଏହାଦ୍ୱାରା ଅଳିଆ ଉଠାଣ ବ୍ୟବସ୍ଥାରେ ସୁଧାର ସହ ଖର୍ଚ୍ଚ କମି ରାଜସ୍ୱ ସଂଚୟ ହେବ ବୋଲି କୁହାଯାଇଛି। ସେହିପରି ପୌରପାଳିକାର ଷ୍ଟଲ୍ ବଂଟନକୁ ନେଇ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏରୁ ଅଧିକ ଷ୍ଟଲ୍ ରଖିପାରିବେ ନାହିଁ। ଏକାଧିକ ଷ୍ଟଲ୍ ହାତେଇଥିବା ବ୍ୟବସାୟୀଙ୍କ ବିରୋଧରେ ତଦନ୍ତ କରାଯାଇ ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ କଠୋର ପଦକ୍ଷେପ ନିଆଯିବ। ସେହିପରି ୧୨ ନମ୍ବର ୱାର୍ଡ କେଳାସାହିରେ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ପୁରୁଣା ଆଅର୍ାଇ କ୍ୱାର୍ଟର୍ସ ପୌରପାଳିକାର ନଜରକୁ ଆସିଛି। ଅର୍ଦ୍ଧଭଗ୍ନ ଏହି କୋଠା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ରହିଥିବା ବେଳେ ଏହାକୁ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇ ଲୋକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯିବ। ଟେଣ୍ଡର ନେଇ କାମ ଆରମ୍ଭ କରି ଅଧାରୁ ଛାଡ଼ିଦେଉଥିବା କିମ୍ବା ମନ୍ଥର ଗତିରେ କାମ କରୁଥିବା ଠିକାଦାରଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯିବ। ଏନେଇ ଡେଭଲପମେଂଟ କମିଟି ବୈଠକ ଡାକି ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପପୌରାଧ୍ୟକ୍ଷା ବି. ସୁନୀତା, ପୌର ନିର୍ବାହୀ ଅଧିକାରୀ ପୂଜା ରାଉତ, ସାଂସଦ ପ୍ରତିନିଧି ହସନ ମଦାନୀଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ଓ ପୌରପାଳିକାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି