
Odisha, 03 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା,ଓଡ଼ିଶା ସର୍ଭିସ ଫର ଦି ଦିବ୍ୟାଙ୍ଗ ପିପୁଲସ୍,ପୁରୀ ଆନୁକୂଲ୍ୟରେ ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି) ସହଯୋଗରେ ସ୍ଥାନୀୟ ହାବେଳି ପଡିଆରେ ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୨ବେଶ ମହୋତ୍ସବ ଓ ଶ୍ରୀଜଗନ୍ନାଥଙ୍କ କଥାମୃତ ଓ ଭଜନ ସମାରୋହ I ଗୁରୁଦ୍ଧାର ୩ୟ ସନ୍ଧ୍ୟା ଦିବ୍ୟ ସନ୍ଧ୍ୟା ଆଳତୀରୁ ଆରମ୍ଭ ହୋଇଥିଲା । ଅତିଥୁ ମାନେ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ଭବାନୀ ଚରଣ ପାଢୀଙ୍କ ପ୍ରତକ୍ଷ୍ୟ ତତ୍ବଧାନରେ ଆୟୋଜିତ ଏହି ମହୋତ୍ସବରେ ଦିବ୍ୟାଙ୍ଗ ଭଉଣୀ ଭାଇ ମାନେ ଶ୍ରୀଜଗନ୍ନାଥଙ୍କ ଭକ୍ତିସଙ୍ଗୀତ ଗାନ କରି ଆଧାତ୍ମିକ ବାତାବରଣ ସୃଷ୍ଟି କରିଥିଲେ । ରାତ୍ର ପହୁଡରେ ମହାପ୍ରଭୁଙ୍କ ବଡସିଂହାର ବେଶ ଦର୍ଶନ ପାଇଁ ଶତାଧୁକ ଭକ୍ତଙ୍କ ସମାଗମ ହୋଇଥିଲା।ଭିଏଚପି ଉପସଭାପତି ସୁଦର୍ଶନ ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମହନ୍ତ ଅନନ୍ତ ନାରାୟଣ ଦେବାଚାର୍ଯ୍ୟ ୩ୟ ସନ୍ଧ୍ୟାକୁ ଉଦ୍ଘାଟନ କରି କହିଲେ ଯେ, ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବେଶ ଭକ୍ତ ମାନଙ୍କ ମନରେ ଭକ୍ତ ଓ ଆଧ୍ୟାତିକତାର ଭାବ ସୃଷ୍ଟି କରିଥାଏ । ବିଶେଷ ପର୍ବପର୍ବାଣ ଓ ତିଥି ଅନୁସାରେ ମହାପ୍ରଭୁଙ୍କ ବେଶ ଦର୍ଶନ କରି ଭକ୍ତ ମାନେ ଆର୍ଶୀବାଦ ଲାଭ କରିବା ସହ ନିଜକୁ ଧନ୍ୟ ମନେ କରନ୍ତି। ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ଓଡ଼ିଆ ସଂସ୍କୃତି, ପରମ୍ପରାରେ ଭକ୍ତିଭାବର ଏକ ଅନନ୍ୟ ପ୍ରତୀକ ଭାବେ ପରିଗଣିତ ବୋଲି ସେ କହିଥିଲେ। କୋଟି ଜୈବଲ୍ୟନାଥ ମହାପ୍ରଭୁଙ୍କ ଦର୍ଶନ ମାତ୍ରକେ ଭକ୍ତ ମନରେ ଆନନ୍ଦିତ ହୋଇଉଠେ । ଏଭଳି ଦିବ୍ୟ ଦର୍ଶନ ଭାଗ୍ୟରେ ମିଳିଥାଏ। ଭିଏଚପି ବିଭାଗ ସମ୍ପାଦକ ବିରେନ୍ଦ୍ର ବିଦ୍ୟାଧର କହିଲେ କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ହେଉଛନ୍ତି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ବାସର ପ୍ରାଣକେନ୍ଦ୍ର। ଭାରତବର୍ଷର ବିଭିନ୍ନ ସ୍ଥାନରେ ଦେବୀଦେବୀ ପୂଜା ପାଉଥିଲେ, ମଧ ସେଠାର ସଂସ୍କୃତି ସହ ଜଡିତ ନଥାନ୍ତି । ଜଗନ୍ନାଥ ସଂସ୍କୃତିକୁ ନେଇ ଆମ ପରିଚୟ । ଓଡ଼ିଶାର ଇତିହାସ କହିଲେ ଶ୍ରୀଜଗନ୍ନାଥଙ୍କ ଇତିହାସକୁ ବୁଝାଇଥାଏ। ପତିତ ଜନଙ୍କୁ ଉଦ୍ଧାର ପାଇଁ ସେ ଶ୍ରୀକ୍ଷେତ୍ରରେ ବିଜେ କରିଛନ୍ତି । ବ୍ରହ୍ମଲୀନ ପୂଜ୍ୟ ସାମୀ ଲକ୍ଷ୍ମଣାନନ୍ଦ ସରସତୀଙ୍କ ବଳିଦାନ, ସନ୍ଥ ସରୋମଣି ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ଏବଂ ବିଏଚପର ପୂର୍ବତନ ଅନ୍ତରାଷ୍ଟ୍ରୀୟ ଅଧକ୍ଷ ଅଶୋକ ଜୀ ସଂଘଲଙ୍କ ଜନ୍ମ ଶତବାର୍ଷିକୀ ସମ୍ପର୍କରେ ସୂଚନା ଦେଇଥିଲେ ।ଅନ୍ୟ ମାନଙ୍କ ମଧରେ ଓକିଲ ସଂଘ ସଭାପତି ଲୋତକବିନ୍ଦୁ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଶଶିର ପରିଡା, ମନ୍ମଥ ମିଶ୍ର, ବରିଷ୍ଠ ଖବରଦାତା ତପନ ସାମନ୍ତରାୟ, ପ୍ରସନ୍ନ ପାଇକରାୟ, ନିରଞ୍ଜନ ଦୋରା, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ନାରାୟଣ ମହାନ୍ତି, ବିକାଶ ସାହୁ, ରଞ୍ଜନ ବରାଳ, ଯୁବ ସାମାଜିକ ଜର୍ମୀ ରଶ୍ମିରଞ୍ଜନ ବେହେରା ପ୍ରମୁଖ ମଂଚାସୀନ ଥିଲେ । ଅନୁଷ୍ଠାନର ସଭାପତି ପାଢୀ ସ୍ବାଗତ ଭାଷଣରେ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏବଂ ଗୋଟିଏ ସ୍ଥାନରେ ଭକ୍ତଙ୍କୁ ମହାପ୍ରଭୁଙ୍ଗ ଦେବ ଦୁଲ୍ଲଭ ବେଶ ଦର୍ଶନ କରିବା ଲକ୍ଷ୍ୟରେ ଏହି ମହୋତ୍ସବ ଆୟୋଜନ ଲକ୍ଷ୍ୟ ରହିଛି ବୋଲି କହିଥିଲେ । ଭିଏଚପର ସହ ଜିଲା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ମଂଚ ସଂଯୋଜନା କରିଥିଲେ । ପ୍ରଖଣ୍ଡ ସମ୍ପାଦକ ଜିତେନ୍ଦ୍ର ବେହେରା, ଜିଲା ଧର୍ମାଚାର୍ଯ୍ୟ ପ୍ରମୁଖ ହୃଷିକେଶ ବେହେରା ଓ ଅନୁଷ୍ଠାନର କର୍ମଚାରୀ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ