ସତ୍ୟବାଦୀର ମନୋଜ ରଥ ବିଜେପିକୁ ଫେରିଲେ
ପୁରୀ, ୩ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲାର ବିଶିଷ୍ଟ ଧାର୍ମିକ ସଂଗଠକ ମନୋଜ କୁମାର ରଥ ପୁଣି ବିଜେପିକୁ ଫେରିଛନ୍ତି । ତାଙ୍କ ପିତା ସ୍ବର୍ଗତ ବିଶ୍ବନାଥ ରଥ ସତ୍ୟବାଦୀ ଅଞ୍ଚଳରେ ବିଜେପିର ମୂଳଦୁଆ ପକାଇଥିଲେ । ବହୁ କେନ୍ଦ୍ରୀୟ ନେତା ଅଟଳ ଜୀ, ଆଡଭାନି ଜୀ ଓ ମୋଦୀଙ୍କ ସହ ସୁସମ୍ପର୍କ ରହିଥିଲା
ସତ୍ୟବାଦୀର ମନୋଜ ରଥ ବିଜେପିକୁ ଫେରିଲେ


ପୁରୀ, ୩ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲାର ବିଶିଷ୍ଟ ଧାର୍ମିକ ସଂଗଠକ ମନୋଜ କୁମାର ରଥ ପୁଣି ବିଜେପିକୁ ଫେରିଛନ୍ତି । ତାଙ୍କ ପିତା ସ୍ବର୍ଗତ ବିଶ୍ବନାଥ ରଥ ସତ୍ୟବାଦୀ ଅଞ୍ଚଳରେ ବିଜେପିର ମୂଳଦୁଆ ପକାଇଥିଲେ । ବହୁ କେନ୍ଦ୍ରୀୟ ନେତା ଅଟଳ ଜୀ, ଆଡଭାନି ଜୀ ଓ ମୋଦୀଙ୍କ ସହ ସୁସମ୍ପର୍କ ରହିଥିଲା । ଶ୍ରୀ ରଥ ବିଭିନ୍ନ ଧାର୍ମିକ ସଂଗଠନ କରି ଜିଲ୍ଲାରେ ବେଶ ଚର୍ଚ୍ଚିତ ଚେହେରା ହୋଇ ପାରିଛନ୍ତି । ସେ ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ଭାବେ ସାରା ଭାରତରେ ପରିଚିତ ଥିଲେ । ଏବେ ଉତ୍କଳ ବିଦ୍ବତ୍ ପରିଷଦ ଗଠନ କରି ଜନ କଲ୍ୟାଣ ଓ ଧାର୍ମିକ ସଂଗଠନରେ କାର୍ଯ୍ୟରତ ଅଛନ୍ତି । ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ରହିଛି । ଫାର୍ମାସୀ କଲେଜ କରି ବହୁ ଗରିବ ଛାତ୍ରଛାତ୍ରୀଙ୍କୁ ସାହାଯ୍ଯର ହାତ ବଢ଼ାଇଛନ୍ତି । ପୂର୍ବରୁ ସେ ପିତାଙ୍କ ସହ ବିଜେପିରେ କାର୍ଯ୍ୟ କରୁଥିଲେ । ଗତ ନିର୍ବାଚନରେ କଂଗ୍ରେସ ଦଳରେ ମିଶି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସାଂସଦ ସୁଜିତ କୁମାର, ଖଣି ମନ୍ତ୍ରୀ ବିଭୁତି ଜେନା, ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ସାରଦା ଶତପଥୀ, ସରୋଜ କର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ଜିଲା ପ୍ରଭାରୀ ବିଷ୍ଣୁ ଦାସ, ପୁରୀ ଜିଲା ବିଜେପି ସଭାପତି ଡ଼ଃ. ଦେବେନ୍ଦ୍ର ନାଥ ତରେଇଙ୍କ ଉପସ୍ଥିତିରେ ବୁଧବାର ଅପରାହ୍ନରେ ଶ୍ରୀ ରଥ ବିଜେପିରେ ଯୋଗ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସତ୍ୟବାଦୀ ଓ ପୁରୀରେ ଖୁସିର ଲହରୀ ଖେଳିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande