
ସମ୍ବଲପୁର, ୦୩, ସେପ୍ଟେମ୍ବର (ହି.ସ.) - ଅବୈଧ କଫ୍ ସିରପ୍, ନିଶା ବଟିକା ଓ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ସଦର ଥାନା ପୋଲିସ ଆଜି ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ମହୁଲପଡ଼ା ଗ୍ରାମର ୫୫ ବର୍ଷୀୟ ଅଶୋକ ଜୟପୁରିଆ ବୋଲି ଜଣାପଡିଛି । ସଦର ଥାନା ପୋଲିସ ଏ ସମ୍ପର୍କରେ ୨୫୩/୨୬ରେ ଏକ ମାମଲା ରୁଜୁ କରିଛି । ପୋଲିସ ଚଢ଼ାଉ ବେଳେ ଅଭିଯୁକ୍ତ ନିକଟରୁ ୧୦୦ ମିଲିଲିଟର ବିଶିଷ୍ଟ ୫୬ଟି ସିଲ୍ ଥିବା ୱିନସରେକ୍ସ କଫ୍ ସିରପ୍ ବୋତଲ ଓ ୨ଟି ଖାଲି ବୋତଲ, ୧୦ ମିଲିଗ୍ରାମର ୭ଟି ନାଇଟ୍ରାଜେପାମ୍ ବଟିକା, ୧ ଲିଟର ପ୍ଲାଷ୍ଟିକ ବୋତଲରେ ପ୍ରାୟ ୭୦୦ ମିଲିଲିଟର ସନ୍ଦିଗ୍ଧ ଭାବେ ମିଶ୍ରିତ କମଳା ରଙ୍ଗର ତରଳ ପଦାର୍ଥ, ୧୮ଟି ଚକ୍ରଛାପ୍ ମଦ ପାଉଚ୍, ନଗଦ ୪୫୦ ଟଙ୍କା ଓ ୧୨ଟି ଡିସ୍ପୋଜେବଲ୍ ପ୍ଲାଷ୍ଟିକ୍ ଗ୍ଲାସ୍ ଜବତ କରିବାରେ ସଫଳ ହୋଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ