
ସମ୍ବଲପୁର, ୩ ସେପ୍ଟେମ୍ବର (ହି.ସ.)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ମନାପାଲି ଗ୍ରାମକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ଗାଁ ଭାବେ ଗଢିତୋଳିବା ପାଇଁ ଆଜି ଗ୍ରାମର ଶତାଧିକ ମହିଳା କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ କୁଚିଣ୍ଡା ଥାନାରେ ମଧ୍ୟ ଏକ କବିତା ନକଲ ପ୍ରଦାନ କରିଥାନ୍ତି । ଦୀର୍ଘ ଦିନ ଧରି ବିଭିନ୍ନ ସମୟରେ ଗ୍ରାମର ଯୁବଗୋଷ୍ଠୀ ନିଶାପାଣି ଖାଇ ପାରିବାରିକ ଅଶାନ୍ତି ଠାରୁ ଆରମ୍ଭ କରି ସାମାଜିକ ଅଶାନ୍ତ ଓ ଗଣ୍ଡଗୋଳ ହେଉଥିବା ଯୋଗୁଁ ଗ୍ରାମର ନୀଳକଣ୍ଠେଶ୍ବର ମନ୍ଦିରରେ ୪ ନମ୍ବର ଓ୍ବାର୍ଡ ମେମ୍ବର ଶକୁନ୍ତଳା ଦେବୀଙ୍କ ଆହ୍ବାନ କ୍ରମେ ଗ୍ରାମର ମହିଳା ମାନେ ଏକ ବୈଠକ କରିଥିଲେ ।
ତଦନୁଯାୟୀ ଗ୍ରାମକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ଗାଁ ଭାବେ ପରିଣତ କରିବା ନେଇ ବଦ୍ଧପରିକର ହେବା ପରେ ଆଜି ଶତାଧିକ ମହିଳା କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କୁଚିଣ୍ଡା ଥାନାରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ