

ବଲାଙ୍ଗୀର, ୩ ସେପ୍ଟେମ୍ବର (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପଣ୍ଡକିଟାଲର କୃଷ୍ଣ ଡାଙ୍ଗ(୬୫) ଆଜି ଘରୁ ବାହାରି ଶୌଚ କରି ଯାଉଥିବା ବେଳେ ଘରଠୁ ମାତ୍ର ଶହେ ମିଟର ଦୁରରେ ଅଜଣା ଗାଡି ଧକ୍କା ଦେଇଥିଲା ଓଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଓହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ଓଏପଟେ ଖବର ପାଇଁ ରାମପୁର ପୋଲିସ ମେଡିକାଲକୁ ପହଂଚି ଶବକୁ ଜବତ କରି ତଦନ୍ତ ଜାରୀ ରଖିଛି ଓତେବେ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଚାଳକକୁ ଗିରଫ କରିବା ସହିତ କୃଷ୍ଣଙ୍କ ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ପରିବାରକୁ ସରକାର କ୍ଷତି ପୁରଣ ଯୋଗାଇଦେବାକୁ ଦାବୀ ହୋଇଛି ଓ
................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ