ସିନ୍ଧେକେଲା-ଭୁଷଲାଡ୍ ରାସ୍ତାକାମରେ ଖୋଲା ଦୁର୍ନୀତି
ବଲାଙ୍ଗିର, 03 ସେପ୍ଟେମ୍ବର (ହି.ସ.) ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ଉନ୍ନୟନ କାମର କେହି ମାଆବାପ ନଥିଲା ପରି କାମ ଚାଲିଛି। ଅଞ୍ଚଳର ଉନ୍ନୟନ ନିମନ୍ତେ ସରକାରଙ୍କ ଅର୍ଥ ଅନୁଦାନରୁ କୋଟି କୋଟି ଟଙ୍କାର ରୀତିମତ ଲୁଟ୍ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସର
ସିନ୍ଧେକେଲା-ଭୁଷଲାଡ୍ ରାସ୍ତାକାମରେ ଖୋଲା ଦୁର୍ନୀତି


ସିନ୍ଧେକେଲା-ଭୁଷଲାଡ୍ ରାସ୍ତାକାମରେ ଖୋଲା ଦୁର୍ନୀତି


ବଲାଙ୍ଗିର, 03 ସେପ୍ଟେମ୍ବର (ହି.ସ.)

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ଉନ୍ନୟନ କାମର କେହି ମାଆବାପ ନଥିଲା ପରି କାମ ଚାଲିଛି। ଅଞ୍ଚଳର ଉନ୍ନୟନ ନିମନ୍ତେ ସରକାରଙ୍କ ଅର୍ଥ ଅନୁଦାନରୁ କୋଟି କୋଟି ଟଙ୍କାର ରୀତିମତ ଲୁଟ୍ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସରକାରୀ ଯନ୍ତ୍ରୀ, ନିର୍ବାଚିତ ଲୋକପ୍ରତିନିଧି ଓ ଠିକାଦାରଙ୍କ ମିଳିତ ବାଟମାରଣାରେ ପର୍ଯ୍ୟବେଶିତ ହୋଇଛି ଏହି ଡିଭିଜନର ଉନ୍ନୟନ କାମ। ସବୁ କୁଆଡେ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଛତ୍ରଛାୟା ତଳେ ବେଫିକର ଚାଲିଛି ବୋଲି ଲୋକେ କହୁଛନ୍ତି। ଉଦାହରଣତଃ ଉନ୍ନୟନ କାମ ନିଷେଧ କରା ଯାଉଥିବା ଏହି ବର୍ଷା ଋତୁରେ ମଧ୍ୟ ସିନ୍ଧେକେଲା-ପୁଟୁପଡା- ସାଲେବରଟ- ଝଲପ- ଭୁଷଲାଡ ପ୍ରାୟ ୫.୫ କିମି ଗ୍ରାମ୍ୟରାସ୍ତା କାମ ଯେଉଁଭଳି ଯନ୍ତ୍ରୀଙ୍କ ଅଉପସ୍ଥିତି ଓ ବିନା ପ୍ରତ୍ୟେକ୍ଷ ତଦାରଖରେ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଦେଖାଯାଇଛି, ଏହା ଆଶ୍ଚର୍ଯ୍ୟଜନକ ! ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ କଣ୍ଟାବାଞ୍ଜି ଆର୍ ଡି ସବ୍-ଡିଭିଜନର ଏହି ରାସ୍ତା ପ୍ରଶସ୍ତିକରଣ ଓ ଗାର୍ଡୱାଲ୍ କାମକୁ କଣ୍ଟାବାଞ୍ଜିର ମୋହିତ ଅଗ୍ରୱାଲ୍ ନାମକ ଜଣେ ଯୁବ ଠିକାଦାର କରୁଥିବା କହିଛନ୍ତି। ତେବେ ଦିନକୁ ୩୫୦ ଟଙ୍କାର କୁଲି ମଜୁରୀ, ବିଶୃଙ୍ଖଳିତ ଶ୍ରମିକ ସୁରକ୍ଷା ଓ ନିମ୍ନମାନର ସିମେଣ୍ଟ, ଗେଟି ଆଦି ବ୍ୟବହାର କରାଯାଇ ଅସଂଲଗ୍ନ ଭାବେ ଠାଏ ଠାଏ ଚାଲିଥିବା ଏହି ନିର୍ମାଣ କାମ ପ୍ରତି ସ୍ଥାନୀୟ ଗ୍ରାମବାସୀମାନଙ୍କର ତୀବ୍ର ଅସନ୍ତୋଷ ରହିଛି। ଏପରିକି ରାସ୍ତାରେ ପକାଯାଉଥିବା ମାଟି, ସ୍ପଲ୍ ଓ ଉଦବୃତ୍ତ ସାମଗ୍ରୀଗୁଡିକ ବର୍ଷାରେ ଧୋଇଯାଇ ସେମାନଙ୍କର ଧାନଚାଷ କରାଯାଇଥିବା ଚାଷଜମିକୁ ପୋତି ପକାଉଥିବା ଜନୈକା ବୟସ୍କା ମହିଳା ଚାଷୀ ଅଭିଯୋଗ କରନ୍ତି । ଗୋଟିଏ ପାର୍ଶ୍ବରେ ଅଳ୍ପ କେତେକ ସ୍ଥାନରେ ଛାଡି ଛାଡି ରାସ୍ତାର ଲେଭେଲ ଠାରୁ ପ୍ରାୟ ଦୁଇ/ତିନି ଫୁଟ୍ ତଳେ ଶସ୍ତା ସିମେଣ୍ଟ, ଜରିବସ୍ତା ଓ ଅଳ୍ପ ଗେଟିରେ ଫସକା ଭାବରେ ଅର୍ଦ୍ଧନିର୍ମିତ ଗାର୍ଡୱାଲ୍ କାମରେ ବ୍ୟାପକ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି । କିଛିଦିନ ତଳେ ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଅଜିତ ସ୍ବାଇଁ ଓ ସହକାରୀ ଯନ୍ତ୍ରୀ ପ୍ରଦୀପ ଲାଲ୍ ଙ୍କୁ ଫୋନ୍ ଯୋଗେ ପଚରାଯିବାରୁ ସେମାନେ ଏଡାଇ ଯାଇ ଏଷ୍ଟିମେଟ୍ ବିଷୟରେ ପରେ କହିବେ ବୋଲି କହିଥିଲେ। ଟିଟିଲାଗଡ ଡିଭିଜନ ଅଫିସରେ ପ୍ରାୟ କେହି ରହନ୍ତିନାହିଁ, ବଲାଙ୍ଗୀର ଓ ପାଟଣାଗଡ ଯୁଗ୍ମ ଦାୟିତ୍ବରେ ରହିଥିବା ନିର୍ବାହୀ ଯନ୍ତ୍ରୀ ବା ଅଧୀକ୍ଷଣ ଯନ୍ତ୍ରୀ କେବେ ଅଫିସରେ ନ ଥା'ନ୍ତି ଓ ଜଣେ ଅର୍ଥ ଅଧିକାରୀ ଦାୟିତ୍ବରେ ଥିବା ଅଣଓଡିଆ ଅଧିକାରୀ ସେ ' ମୁଁବାହାର ଲୋକ, କିଛି ଜାଣେନାହିଁ ' କହି ସୂଚନା ଦେବାକୁ ଟାଳି ଦେଉଥିବା ବେଳେ ଜଣେ ମହିଳା ଏଷ୍ଟିମେଟର ' ଆମେ କାଗଜପତ୍ର କାମ କରୁ , ଫିଲ୍ଡ ସମ୍ପର୍କରେ କୌଣସିପ୍ରକାର ସୂଚନା ଦେଇପାରିବୁ ନାହିଁ ଇତ୍ୟାଦି କହି ଏଡାଇଯାଇଥିଲେ । ତେଣୁ ସୂଚନାଫଳକ ନ ଥିବା ଏହି କୋଟି କୋଟି ଟଙ୍କାର ରାସ୍ତାନିର୍ମାଣ କାମର ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ ସରକାରଙ୍କ ଠାରେ ଦାବି କରନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande