
ଜୟପୁର, ୩ ସେପ୍ଟେମ୍ବର (ହି.ସ.)- ଜୟପୁର ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆମ୍ବାଗୁଡା ଠାରେ ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଉଦ୍ଘାଟିତ ହୋଇଯାଇଛି। ଏହି କ୍ରୀଡ଼ା ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନିଲ କୁମାର ପାଢ଼ୀ ତଥା ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ, ପେଡାଗୋ ଜି କୋଅଡ଼ିନେଟର ଚନ୍ଦ୍ରକୋଲା ବଗର୍ତ୍ତି, ସମିତି ସଭ୍ୟା ସସ୍ମିତା ତାରିଣୀ, ଏସ ଆମ ସି ପ୍ରେସିଡେଣ୍ଟ ଦୁର୍ଯୋଧନ ମାଳୀ ଓ ଅଭିଭାବକ ସଦସ୍ୟ ପ୍ରଭାକର ନାୟକ, ଜୁଗଳ କିଶୋର ବେହେରା ତଥା ଏହି ଖେଳ ପ୍ରତିଯୋଗିତାକୁ ସୁଚାରୁରୂପେ ତୁଲେଇବାକୁ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ମିନତି ପାତ୍ର, ମିନାମୟୀ ପରିଜା, ପି ରାଜେଶ୍ୱରୀ, ପ୍ରସନ୍ନ ପାଣିଗ୍ରାହୀ, ସୁଭେନ୍ଦୁ ପ୍ରଧାନ, ପ୍ରଭାବତୀ ନାୟକ, ପ୍ରାଣଦେବ ବାଲ୍ଲା ପ୍ରମୁଖ ଯୋଗଦେଇ
ଏହି କ୍ରୀଡ଼ା ପ୍ରତିଯୋଗିତାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିଥିଲେ। ପ୍ରତିଯୋଗିତାର ବିଭିନ୍ନ କ୍ରୀଡ଼ା ବିଭାଗରେ ଛାତ୍ର ଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଉତ୍ସାହ ଶୃଙ୍ଖଳା ଓ କ୍ରୀଡ଼ାମନୋଭାବ ସହିତ ଭାଗ ନେଇଥିଲେ। ଆୟୋଜକ ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରୀ ଓ ସହଯୋଗୀ ମାନଙ୍କ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି