ପିକଅପ୍ ଧକ୍କାରେ ଗାଈ ମୃତ, କ୍ଷତିପୂରଣ ଓ କାର୍ଯ୍ୟ।ନୁଷ୍ଠାନ ପାଇଁ ଏସପିଙ୍କୁ ଦାବି
ଭୁବନ, ୩ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରେ ପିକଅପ୍ ଗାଡ଼ି ଧକ୍କାରେ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ପିକଅପ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାବି କରାଯାଇଛି । ପ
ଏସ ପି ଙ୍କୁ ଦାବି ପତ୍ର


ଭୁବନ, ୩ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରେ ପିକଅପ୍ ଗାଡ଼ି ଧକ୍କାରେ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ପିକଅପ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାବି କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଖଣ୍ଡବନ୍ଧ ଗ୍ରାମର ପ୍ରମୋଦ କୁମାର ମହାନ୍ତିଙ୍କ ଗାଈଟି ବାହାରୁ ଚରି ବୁଲି ପ୍ରତିଦିନ ଭଳି ଗତ ୨୮ ତାରିଖ ଅପରାହ୍ନ ୪ଟା ସମୟରେ ଘର ସମ୍ମୁଖରେ ଶୋଇଥିଲା । ଏହି ସମୟରେ ସେହି ଗ୍ରାମର ସ୍ବର୍ଗତ ଧ୍ରୁବ ଚରଣ ସାହୁଙ୍କ ପୁଅ ସୁରେନ୍ଦ୍ର ସାହୁ ଓ ତାଙ୍କ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ତାଙ୍କ ଓ ଡି ୦୫ ଏ ଜି ୨୧୨୦ ନମ୍ବର ବିଶିଷ୍ଟ ପିକଅପ୍ ଗାଡ଼ି ଗାଈ ଉପରେ ଚଢ଼ାଇ ଦେଇଥିଲେ । ସ୍ଥାନୀୟ ଲୋକେ ଗାଈକୁ ଉଦ୍ଧାର କରିବାକୁ ଆସିବାରୁ ସୁରେନ୍ଦ୍ର ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ପ୍ରଚୁର ରକ୍ତ ଶ୍ରାବ ଯୋଗୁ ଗାଈଟିର ମୃତ୍ୟୁ ହୋଇଥିଲା । କ୍ଷତିପୁରଣ ସହିତ ଗାଡ଼ି ମାଲିକ ଓ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗାଈ ମାଲିକ ପ୍ରମୋଦ କୁମାର ମହାନ୍ତି ପ୍ରଥମେ ନିହଲ ପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଗାଡ଼ି ମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଥାନା ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ କ୍ଷତିପୂରଣ ସହିତ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande