
ମାଲକାନଗିରି, ୩ ସେପ୍ଟେମ୍ବର (ହି.ସ.)- କାଲିମେଳା ଥାନା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର କାଲିମେଳା ଛକ ନିକଟରେ ମିଳିତ ଭାବେ ଟ୍ରାଫିକ୍ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ବେଳେ ହେଲମେଟ୍ ବିନା ଚାଳନା, ତ୍ରିପଲ୍ ରାଇଡିଂ, ବିନା କାଗଜପତ୍ରରେ ଗାଡ଼ି ଚଳାଚଳ ଭଳି ବିଭିନ୍ନ କାରଣରୁ ମୋଟ ୧୨ଟି ଗାଡ଼ିରେ ନିୟମ ଉଲ୍ଲଂଘନ ଧରାପଡିଥିଲା । ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକମାନଙ୍କ ଠାରୁ ମୋଟ ୯୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିସହ ଜଣେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ପାଇଁ ସୁପାରିସ କରାଯାଇଛି । ଯାଞ୍ଚ ସମୟରେ କୌଣସି ଗାଡ଼ି ଜବତ କରାଯାଇନାହିଁ କି କୌଣସି ଫୌଜଦାରୀ ମାମଲା ରୁଜୁ ହୋଇନାହିଁ ।
ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି କାଲିମେଳା ଥାନାଧିକାରୀ ପ୍ରଭୁଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ