ସଡକ ଦୁର୍ଘଟଣାରେ ମହିଳା ମୃତ
ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସକାଳ ୯.୩୦ମି. ସମୟରେ ସଡକ ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁବରଣ କରିଛି। ଭଦ୍ରକ ଆଡୁ ଦ୍ରୁତ ବେଗରେ ଆସୁଥିବା ଓଡି ୧୧ ଏମ ୦୮୯୮ନଂ ମାରୁତି ସୁଜୁକି କାର ରାସ୍ତା ପାଶ୍ୱର୍ର
SADAK DURGHATANA MAHILA MRUTA


ଭଦ୍ରକ, ୩ ସେପ୍ଟେମ୍ବର (ହି.ସ.) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସକାଳ ୯.୩୦ମି. ସମୟରେ ସଡକ ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁବରଣ କରିଛି। ଭଦ୍ରକ ଆଡୁ ଦ୍ରୁତ ବେଗରେ ଆସୁଥିବା ଓଡି ୧୧ ଏମ ୦୮୯୮ନଂ ମାରୁତି ସୁଜୁକି କାର ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ସଂପୃକ୍ତ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ପୁଲିସ ମାମଲା ଋଜୁ କରିବା ସହଦୁର୍ଘଟଣା ଘଟାଇଥିବା କାର ଓ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିବା ଜଣାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande