ବିଦ୍ୟାଳୟ ସୁରକ୍ଷା ସପ୍ତାହ ଉଦଯାପିତ
ଭୁବନ, ୩ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହୋଇଥିବା ସୁରକ୍ଷା ସପ୍ତାହ ଗୁରୁବାର ଉଦଯାପିତ ହୋଇଯାଇଛି
ସୁରକ୍ଷା ସପ୍ତାହ


ବିଦ୍ୟାଳୟ ସୁରକ୍ଷା ସପ୍ତାହ


ଭୁବନ, ୩ ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହୋଇଥିବା ସୁରକ୍ଷା ସପ୍ତାହ ଗୁରୁବାର ଉଦଯାପିତ ହୋଇଯାଇଛି। ବିଭିନ୍ନ ଦିବସରେ ଶ୍ରେଣୀ ଗୃହ, ଶୌଚାଳୟ, ବିଦ୍ୟାଳୟ ପରିସର ପରିଷ୍କାର, ଅବ୍ୟବହୃତ ଆସବାବପତ୍ର, କାଗଜପତ୍ରକୁ ସ୍ଥାନାନ୍ତର, ପ୍ରାଥମିକ ଚିକିତ୍ସା ପାଇଁ ଥିବା ଔଷଧର ବ୍ୟବହାର, ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା, ମକଡ୍ରିଲ, ସାଇବର ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା।

ଉଦଯାପନ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାୟାଧର ଦେହୁରୀ, ଉପସଭାପତି ଭାରତୀ ଦେହୁରୀ, ଅଙ୍ଗନବାଡି କର୍ମୀ ନିରୂପମା ଦେହୁରୀ,ପୂର୍ବତନ ସଭାପତି ସାଲମୋହନ କାଣ୍ଡୁଲୁନା, ବରିଷ୍ଠ ନାଗରିକ ମୋଚିରାମ ଜାମୁଦା, ସଭ୍ୟା ପଙ୍କଜିନୀ ମହାନ୍ତ,ଉମାରାଣୀ ମହାନ୍ତ,ମାହି ମାରାଣ୍ଡି, ମାଣିକ ମୁଣ୍ଡା, ବିଶ୍ବନାଥ ଚାତାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଉତ୍ସବକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande