ସୁନା ଚେନ ଲୁଟ ମାମଲା ୩ ଅଭିଯୁକ୍ତ ଗିରଫ
ଜୟପୁର, ୦୩ ସେପ୍ଟେମ୍ବର(ହି.ସ.) – ଜୟପୁର ଟାଉନ୍ ପୋଲିସ ସୁନା ଚେନ୍ ଲୁଟ୍ ମାମଲାରେ ୩ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ କୁନ୍ଦୁରା ଥାନା ବୁଟୁଗୁଡ଼ା ଗ୍ରାମର ସନସାଇ ହରିଜନ(୨୨) ଭୁବନ ହରିଜନ(୨୨) କମଳ ଲୋଚନ ବାରିକ। ସୂଚନା ଅନୁଯାୟୀ ଅଗଷ୍ଟ ୨୭ ତାରିଖରେ ମହିଳାଙ୍କ ଠାରୁ ମଙ୍ଗଳସୂତ
ସୁନା ଚେନ ଲୁଟ ମାମଲା ୩ ଅଭିଯୁକ୍ତ ଗିରଫ


ଜୟପୁର, ୦୩ ସେପ୍ଟେମ୍ବର(ହି.ସ.) – ଜୟପୁର ଟାଉନ୍ ପୋଲିସ ସୁନା ଚେନ୍ ଲୁଟ୍ ମାମଲାରେ ୩ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତ ହେଲେ କୁନ୍ଦୁରା ଥାନା ବୁଟୁଗୁଡ଼ା ଗ୍ରାମର ସନସାଇ ହରିଜନ(୨୨) ଭୁବନ ହରିଜନ(୨୨) କମଳ ଲୋଚନ ବାରିକ।

ସୂଚନା ଅନୁଯାୟୀ ଅଗଷ୍ଟ ୨୭ ତାରିଖରେ ମହିଳାଙ୍କ ଠାରୁ ମଙ୍ଗଳସୂତ୍ର ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନ୍ଦୁରା ଥାନା ଅନ୍ତର୍ଗତ ବୁଟୁଗୁଡ଼ା ଗ୍ରାମର ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୨୯ ତାରିଖରେ ଟାଉନ୍ ଥାନାରେ କେଶ ନଂ. ୩୨୯/୨୬ରେ ଉକ୍ତ ଘଟଣା ସମ୍ପର୍କରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ବୁଟୁଗୁଡ଼ା ଗ୍ରାମର ସନସାଇ ହରିଜନ(୨୨), ଭୁବନ ହରିଜନ(୨୨) ଏବଂ କମଳ ଲୋଚନ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande