ପଳାଶୁଣି ଛକରେ ସିରିଜ ଦୁର୍ଘଟଣା
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ ଆତଙ୍କ ଖେଳାଇଲା ଏକ୍ସୟୁଭି କାର୍। ଭୋର୍ ସମୟରୁ ମଞ୍ଚେଶ୍ଵର ଥାନା ପଳାଶୁଣି ଛକ ନିକଟରେ ନିଶାସକ୍ତ ଡ଼୍ରାଇଭରଙ୍କ ଆତଙ୍କ। ଦୁଇଟି କାରକୁ ଧକ୍କା ଦେବା ପରେ ଦୁଇଟି ବାଇକ୍ କୁ ଘୋଷାଡ଼ି ନେଲା ଏକ୍ସୟୁଭି କାର। ଘଟଣାରେ ଜଣେ ଗୁରୁତ
ପଳାଶୁଣି ଛକରେ ସିରିଜ ଦୁର୍ଘଟଣା


ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ ଆତଙ୍କ ଖେଳାଇଲା ଏକ୍ସୟୁଭି କାର୍। ଭୋର୍

ସମୟରୁ ମଞ୍ଚେଶ୍ଵର ଥାନା ପଳାଶୁଣି ଛକ ନିକଟରେ ନିଶାସକ୍ତ ଡ଼୍ରାଇଭରଙ୍କ ଆତଙ୍କ। ଦୁଇଟି କାରକୁ

ଧକ୍କା ଦେବା ପରେ ଦୁଇଟି ବାଇକ୍ କୁ ଘୋଷାଡ଼ି ନେଲା ଏକ୍ସୟୁଭି କାର। ଘଟଣାରେ ଜଣେ ଗୁରୁତର ଆହତ

ହୋଇଛନ୍ତି।

ଆଜି ଭୋର୍ ସମୟରୁ ପଳାଶୁଣି ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ

ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ନିଶାସକ୍ତ ଅବସ୍ଥାରେ ପ୍ରଥମେ ଗୋଟିଏ ଅଲ୍ଟୋ ଓ ପରେ ଏକ

ଡିଜାୟାର କାରକୁ ଧକ୍କା ଦେଇଥିଲା ଏକ୍ସୟୁଭି କାର। ପରେ ଗୋଟିଏ ପଲ଼୍ସର ଓ ୟୁନିକର୍ଣ୍ଣ ବାଇକ୍

କୁ ଘୋଷାଡି ନେଇଯିବା ସମୟରେ କାବୁ କରିଥିଲେ ସ୍ଥାନୀୟ ବାସିନ୍ଦା। ଦୁର୍ଘଟଣା ଘଟାଇ ଅତି ଚାଲାକ୍

ଭାବେ ବସରେ ଚଢି ଫେରାର ହେବାକୁ ଉଦ୍ୟମ କରିଥିଲେ ନିଶାସକ୍ତ ଡ଼୍ରାଇଭର। ପରେ ପୁଣି ସ୍ଥାନୀୟ

ବାସିନ୍ଦା ତାଙ୍କୁ କାବୁ କରିବା ସହ ମଞ୍ଚେଶ୍ଵର ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା

କରୁଛି। ଅନ୍ୟପଟେ ଦୁର୍ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର

ଆହତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସସିବି ମେଡିକାଲ୍ କଟକକୁ ସ୍ଥାନାନ୍ତର

କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande