
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- ଫିଡେ ରେଟିଂ ହାସଲ କରିଥିବା ଏଲେନା ମିଶ୍ରଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି
ଯେ, ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ । 'ଓଡ଼ିଶା ଷ୍ଟେଟ୍ ବ୍ଲିଜ୍ ଫିଡେ ରେଟିଂ ଓପନ୍ ଚେସ୍ ଚାମ୍ପିଅନ୍ସିପ୍
- ୨୦୨୬'ରେ ମାତ୍ର ୪ ବର୍ଷ
ବୟସରେ ଫିଡେ ରେଟିଂ ହାସଲ କରି ସବୁଠାରୁ କମ୍ ବୟସ୍କା ମହିଳା ଚେସ୍ ଖେଳାଳି ଭାବେ ବିଶ୍ୱ
ରେକର୍ଡ କରିଥିବା ଓଡ଼ିଶାର ଏଲେନା ମିଶ୍ରଙ୍କୁ ଆନ୍ତରିକ ଶୁଭେଚ୍ଛା। ଏଲେନାଙ୍କ ଏହି ସଫଳତା
ସମଗ୍ର ଭାରତୀୟ ଚେସ୍ ଜଗତ ପାଇଁ ବଡ଼ ଗୌରବ । ତାଙ୍କର ଏହି ନିଷ୍ଠା ଓ ପ୍ରତିଭା ଦେଶର ଅସଂଖ୍ୟ
ଯୁବ ଚେସ୍ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ । ଏଲେନାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା