
ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ
ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ : ଡ.ଯତୀନ ମହାନ୍ତି
ରାଜ୍ୟ କାର୍ଯ୍ୟକାରିଣୀ
ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂସଲ କାର୍ଯ୍ୟକାରିଣୀ
ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଦୁଇ କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଏସଡିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ
କେନ୍ଦ୍ରୀୟ ନେତୃବୃନ୍ଦ ଭାବେ
ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଯୋଗ ଦେବାର
କାର୍ଯ୍ୟକ୍ରମ ରହିଛି
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ): : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୫ ଓ ୬ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଟକସ୍ଥିତ ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ୫ ତାରିଖ ଦିନ ଆରମ୍ଭ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଶ୍ରୀ ସୁନୀଲ ବଂସଲ ଉଦଘାଟନ କରିବେ । ଏହି କାର୍ଯ୍ୟକାରିଣୀ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଏସଡିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଯୋଗ ଦେବେ । ଏହି ବୈଠକରେ କେନ୍ଦୀୟ ନେତୃବୃନ୍ଦ ଭାବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଂପର୍କରେ ସୂଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ, ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଭାରତୀୟ ଜନତା ପାର୍ଟିର ସାଂଗଠନିକ ପଦ୍ଧତିର ଗୋଟିଏ ପ୍ରମୁଖ ଗତିବିଧି । ଏହି କାର୍ଯ୍ୟକାରିଣୀ ବୈଠକରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ଉଦଘାଟନ ଓ ସମାରୋପ ସତ୍ର ସମେତ ଅନ୍ୟାନ୍ୟ ୩ଟି ପ୍ରସ୍ତାବ ଆଗତ କରାଯାଇ ପାରିତ କରାଯିବ । ଏହି କାର୍ଯ୍ୟକାରିଣୀ ବୈଠକରେ ପାଖାପାଖି ୪୦୦ ଜଣ ସଦସ୍ୟ ଉପସ୍ଥିତ ରହିବେ ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।
ଓଡିଶାବାସୀଙ୍କ ଆର୍ଶୀବାଦରୁ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିବାର ସୁଯୋଗ ପାଇଛି । ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରି ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଭାଇଚାରା, ସଂସ୍କୃତି ଓ ଐତିହ୍ୟର ସହର ହେଉଛି କଟକ ନଗରୀ । କଟକରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଥିବା କାରଣରୁ ସ୍ଥାନୀୟ କାର୍ଯ୍ୟକର୍ତାମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ଏବଂ କାର୍ଯ୍ୟକାରିଣୀ ବୈଠକୁ ସଫଳ କରିବା ପାଇଁ ଦିନ ରାତି ପରିଶ୍ରମ କରି ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡିଛନ୍ତି ବୋଲି ଡ.ମହାନ୍ତି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା