କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଦୁଗ୍ଧ କମ୍ପାନୀରେ ଅଗ୍ନିକାଣ୍ଡ
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଦୁଗ୍ଧ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଜଗତପୁର୍ ଥାନା ଅନ୍ତର୍ଗତ ପ୍ରଗତି ମିଲ୍କରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସହ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ
କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଦୁଗ୍ଧ କମ୍ପାନୀରେ ଅଗ୍ନିକାଣ୍ଡ


ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- କଟକ

ଜଗତପୁର ଶିଳ୍ପାଞ୍ଚଳରେ ଥିବା ଦୁଗ୍ଧ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଜଗତପୁର୍ ଥାନା

ଅନ୍ତର୍ଗତ ପ୍ରଗତି ମିଲ୍କରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସହ

ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳବାହିନୀ ପହଞ୍ଚି ନିଆଁ କୁ ଅନେକ

ଚେଷ୍ଟା କରିବା ପରେ ଆୟତ୍ତ କରିଛନ୍ତି।

ତେବେ ଫାୟାର ସେଫ୍ଟି ବ୍ୟବସ୍ଥା ଠିକ୍ ନଥିବା ଅଗ୍ନିଶମ ଅଧିକାରୀ

କହିଛନ୍ତି । ଥର୍ମକୁଲ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀ ପାଇଁ ନିଆଁ ବ୍ୟାପି ଯାଇଥିଲା । ଅନ୍ୟପଟେ ଫାୟାର

ସେଫ୍ଟି ବ୍ୟବସ୍ଥା ଠିକ୍ ଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande