ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ପାଇଁ ରେଳ ବିଭାଗକୁ ଜମି ହସ୍ତାନ୍ତର
ଜୟପୁର, ୩ ସେପ୍ଟେମ୍ବର (ହି.ସ.)- ଜୟପୁର-ନବରଙ୍ଗପୁର ନୂତନ ରେଳପଥ ଆଶା ଆଉ ଟିକିଏ ଉଜ୍ଜ୍ବଳ ହେବାକୁ ଯାଉଛି। ପୂର୍ବରୁ ରେଲୱେ ବିଭାଗ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ସର୍ଭେ କାର୍ଯ୍ୟ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟ ଶେଷ ହୋଇଥିବା ବେଳେ, ଏବେ ପ୍ରଶାସନ ଅଧିଗ୍ରହଣ ଜମି କୁ
ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ପାଇଁ ରେଳ ବିଭାଗକୁ ଜମି ହସ୍ତାନ୍ତର


ଜୟପୁର, ୩ ସେପ୍ଟେମ୍ବର (ହି.ସ.)- ଜୟପୁର-ନବରଙ୍ଗପୁର ନୂତନ ରେଳପଥ ଆଶା ଆଉ ଟିକିଏ ଉଜ୍ଜ୍ବଳ ହେବାକୁ ଯାଉଛି। ପୂର୍ବରୁ ରେଲୱେ ବିଭାଗ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ସର୍ଭେ କାର୍ଯ୍ୟ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟ ଶେଷ ହୋଇଥିବା ବେଳେ, ଏବେ ପ୍ରଶାସନ ଅଧିଗ୍ରହଣ ଜମି କୁ ରେଲୱେ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ଆଜି ତୃତୀୟ ପର୍ଯ୍ୟାୟରେ ପର୍ଲି, କାମରା ଏବଂ ଦୁଲ୍ଲାଗୁଡା ଗାଁ ର ପ୍ରାୟ ୪୦ ଏକର ଜମି ରେଲୱେ ବିଭାଗକୁ ହସ୍ତାନ୍ତର କରିଥିଲେ।ପ୍ରଥମ ପର୍ଯ୍ୟାୟରେ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ବରଗାଁ ଓ ଆଉଁଳି ମୌଜାର ମୋଟ ୩୦.୪୧୦ ଏକର ଜମି ରେଳ ବିଭାଗ କୁ ହସ୍ତାନ୍ତର କରାଯାଇଥିବା ବେଳେ ଦିତୀୟ ପର୍ଯ୍ୟାୟରେ ବୋରିଗୁମ୍ମା ତହସିଲ ପକ୍ଷରୁ ରେଳ ବିଭାଗ କୁ ୯୯.୧୦୪ ଏକର ଜମି ହସ୍ତାନ୍ତର କରାଯାଇଛି। ଶୀଶାଗୁଡା,କୁନ୍ଦ୍ରାଗୁଡା,କୁପିଆ, କହ୍ନେଇଜବା, ମଝିଆ ର ମୋଟ ୯୯.୧୦୪ ଏକର ଜମି ର କାଗଜପତ୍ର ରେଲୱେ ଇଷ୍ଟ କୋଷ୍ଟ ଯୋନ ର ଏଇଇ ଏସ.ମୁରଲୀଧର ଙ୍କୁ ହସ୍ତାନ୍ତର କରିଥିଲେ। ମୋଟ ୨୨୭ ଜଣ ଜମି ହରାଇଥିବା ଲୋକଙ୍କୁ ୧୧ କୋଟି ୨୬ ଲକ୍ଷ ୭୪ ହଜାର ୪୩୪ ଟଙ୍କା ପାଇବେ।ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮୭ ଜମି ହରାଇଥିବା।ଲୋକଙ୍କୁ ୯ କୋଟି ୯୩ ଲକ୍ଷ ୯୨ ହଜାର ୮୯୨ ଟଙ୍କା ପ୍ରଦାନ କରାଯାଇଛି ବୋଲି ତହସିଲଦାର ଶୋଭନ କୁମାର ବେହେରା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande