
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)
- ଓୟୁଏଟିର ଏବିଏମଓ ବାୟୋଇନଫର୍ମାଟିକ୍ସ ବିଭାଗ ମୁଖ୍ୟ ଡ଼ଃ ସୁକାନ୍ତ ପ୍ରଧାନଙ୍କ
ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୋକ ପ୍ରକାଶ କରିଛନ୍ତି ।
ସୋସିଆଲ ହ୍ୟାଣ୍ଡେଲରେ ଏକ ଶୋକ ବାର୍ତ୍ତାରେ କନକ ବର୍ଦ୍ଧନ
ସିଂହଦେଓ କହିଛନ୍ତି ଯେ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏବିଏମଓ ବାୟୋଇନଫର୍ମାଟିକ୍ସ ବିଭାଗ ମୁଖ୍ୟ ଡ଼ଃ ସୁକାନ୍ତ ପ୍ରଧାନଙ୍କ
ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ।ଜଣେ ନିଷ୍ଠାପର ଗବେଷକ ଓ ଶିକ୍ଷାବିତ୍
ଭାବେ ସେ ଛାତ୍ରଛାତ୍ରୀ ଏବଂ ଶିକ୍ଷା ଜଗତ ପାଇଁ ଛାଡ଼ିଯାଇଥିବା ଛାପ ସଦା ସ୍ମରଣୀୟ।
ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି
ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା