
ଓଡ଼ିଶାର ଚାଷୀଙ୍କ କ୍ଷେତରେ
ଜଳ, ଚାଷୀଙ୍କ ମୁହଁରେ ହସ—‘ଡବଲ୍ ଇଞ୍ଜିନ୍’ ସରକାରର
ଐତିହାସିକ ପଦକ୍ଷେପ
ଗତ ଦୁଇ ବର୍ଷରେ ଓଡ଼ିଶାରେ
ପ୍ରାୟ ୫୪ ହଜାର କୋଟିର ଜଳ ଭିତିଭୂମି କାର୍ଯ୍ୟ ଏବଂ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ;
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ
କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର, 3 ସେପ୍ଟେମ୍ବର
(ହି.ସ) ରାଜ୍ୟରେ ଜଳସେଚନର ବିସ୍ତାର ହେଲେ ଚାଷ ବଢ଼ିବ,
ଚାଷ ବଢ଼ିଲେ ଚାଷୀଙ୍କ ଆୟ ବଢ଼ିବ ଏବଂ ଚାଷୀ ସମୃଦ୍ଧ ହେଲେ ଓଡ଼ିଶା
ସମୃଦ୍ଧ ହେବ । ଏହାକୁ ମୂଳ ଆଧାର କରି ଓଡ଼ିଶାର ଚାଷୀଙ୍କ କ୍ଷେତକୁ ଜଳ ପହଁଚାଇବା ହେଉଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଗତ ଦୁଇ
ବର୍ଷରେ ଓଡ଼ିଶାରେ ପ୍ରାୟ ୫୪ ହଜାର କୋଟିର ଜଳ ଭିତିଭୂମି କାର୍ଯ୍ୟ ଅନୁମୋଦିତ ହୋଇଛି । ଏହା
କେବଳ ଏକ ବଡ଼ ଆର୍ଥିକ ଆକଳନ ନୁହେଁ; ଏହା ଓଡ଼ିଶାର
ଚାଷୀଙ୍କ ଭବିଷ୍ୟତରେ ଏକ ବଡ଼ ନିବେଶ । ଗତ ଦୁଇ ବର୍ଷରେ ପ୍ରାୟ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ
ଅତିରିକ୍ତ ଜଳସେଚନ ସୁବିଧା ପହଞ୍ଚିଛି । ଏହା ଚାଷୀଙ୍କୁ ବର୍ଷା ଉପରେ ନିର୍ଭରଶୀଳତା କମାଇ ଅଧିକ
ନିଶ୍ଚିତତାର ସହ ଚାଷ କରିବାର ସୁଯୋଗ ଦେବ । ରାଜ୍ୟରେ ୭୭୦ଟି ନୂଆ ଚେକ୍ ଡ୍ୟାମ୍ ଏବଂ ୯ଟି ନଦୀ
ଗର୍ଭାଜଳ ସଂରକ୍ଷଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଏଥିସହ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି । ଅର୍ଥାତ୍ ଜଳସେଚନ ସହିତ ଜଳ
ସଂରକ୍ଷଣକୁ ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି । ସେହିପରି ଗତ ଦୁଇ ବର୍ଷରେ ରାଜ୍ୟରେ ୬ଟି
ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପ ଓ ୩୨ଟି ମାଇନର୍ ଇରିଗେସନ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ।
ଏହା ସହିତ ୫୮ଟି ନୂଆ ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପରେ କାମ ଚାଲିଛି, ଯାହା ଉଚ୍ଚଭୂମି ଓ ଜଳସେଚନରୁ ବଂଚିତ ଅଂଚଳର ଚାଷୀଙ୍କ ପାଇଁ ବିଶେଷ
ଗୁରୁତ୍ୱ ବହନ କରେ । ଅନ୍ୟ ପଟେ ଦୀର୍ଘଦିନ ଧରି ଅଟକି ରହିଥିବା କେନ୍ଦୁଝର ଜିଲ୍ଲାରେ ବୈତରଣୀ
ନଦୀ ଉପରେ କାନୁପୁର ଜଳସେଚନ ପ୍ରକଳ୍ପର ଡ୍ୟାମ୍ କାର୍ଯ୍ୟ ଗତ ଅଗଷ୍ଟ ୩୧ରେ ସମ୍ପୂର୍ଣ୍ଣ ହୋଇଛି
। ରାଜ୍ୟରେ କେନାଲ୍ ନେଟୱାର୍କ ଆସନ୍ତା ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରି ପ୍ରାୟ ୨୫,୦୦୦ ହେକ୍ଟର ଜମିକୁ ଜଳସେଚନ କରିବାର ଲକ୍ଷ୍ୟ ରହିଛି । ଏହା ଘୋଷଣାର
ସରକାର ନୁହେଁ, କାମର ସରକାର ବୋଲି ରାଜ୍ୟ
ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ପୂର୍ବରୁ ବର୍ଷ ବର୍ଷ ଧରି
ଯେଉଁ ଜଳସେଚନ ପ୍ରକଳ୍ପଗୁଡ଼ିକ ଫାଇଲ୍ ଓ ପ୍ରଶାସନିକ ଜଟିଳତା ମଧ୍ୟରେ ଅଟକି ରହୁଥିଲା, ଆଜି ସେଗୁଡ଼ିକୁ ଗତି ମିଳୁଛି । ଓଡ଼ିଶାର ଚାଷୀଙ୍କ କ୍ଷେତକୁ ନିଶ୍ଚିତ
ଜଳ ଯୋଗାଣ ଏବଂ ରାଜ୍ୟର କୃଷି ଅର୍ଥନୀତିକୁ ନୂଆ ଶକ୍ତି ଦେବା ଦିଗରେ ‘ଡବଲ୍ ଇଞ୍ଜିନ୍’ ସରକାର
ଏକ ଐତିହାସିକ ଅଧ୍ୟାୟ ଲେଖୁଛି । ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ ଜଳଶକ୍ତି ସମ୍ମିଳନୀରେ
ଓଡ଼ିଶାର ଜଳସେଚନ ଓ ଜଳସମ୍ପଦ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ଯେଉଁ ଚିତ୍ର ସାମ୍ନାକୁ ଆସିଛି,
ତାହା ରାଜ୍ୟର କୃଷକ ସମାଜ ପାଇଁ ଆଶା ଓ ଆତ୍ମବିଶ୍ୱାସର ନୂଆ ସନ୍ଦେଶ
ଦେଇଛି । ଏହି ଐତିହାସିକ ପଦକ୍ଷେପ ପାଇଁ ରାଜ୍ୟବାସୀଙ୍କ ତରଫରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦୀଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ
ଚରଣ ମାଝୀଜୀ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆ.ର୍ ପାଟିଲଜୀଙ୍କୁ ରାଜ୍ୟ ସଭାପତି
ଶ୍ରୀ ମନମୋହନ ସାମଲ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା