
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କଠାରେ ଯୋଗାଭ୍ୟାସ କରିଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଫଟୋ ସେୟାର କରି
ମନ୍ତ୍ରୀ କହିଛନ୍ତି ଯେ, ମାନବିକତାର ପୂଜାରୀ ଆମେ ରେ, ସେବା ଆମର ସାଧନା... ରାଷ୍ଟ୍ର ସାଧନାର ପ୍ରାରମ୍ଭିକ ପାଠଶାଳା ହେଉଛି
ସଂଘ ଶାଖା।
ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆଜି ସକାଳେ
ଭୁବନେଶ୍ୱରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କଠାରେ ଯୋଗାଭ୍ୟାସ କରିବା ସହ ନେତାଜୀ ପ୍ରଭାତ
ଶାଖାର ସ୍ୱୟଂସେବକ ଭାଇମାନଙ୍କ ଗହଣରେ କିଛି ସମୟ ଅତିବାହିତ କଲି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା