ଫିଡେ ରେଟିଂ ହାସଲ କରିଥିବା ଏଲେନା ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- ଫିଡେ ରେଟିଂ ହାସଲ କରିଥିବା ଏଲେନା ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ଏଲେନା ମିଶ୍ରଙ୍କ ଚମତ୍କାର କ୍ରୀ
ଫିଡେ ରେଟିଂ ହାସଲ କରିଥିବା ଏଲେନା ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଲେ     ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- ଫିଡେ ରେଟିଂ ହାସଲ କରିଥିବା ଏଲେନା ମିଶ୍ରଙ୍କୁ

ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।

ଏହି ଅବସରରେ ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି

ମନ୍ତ୍ରୀ କହିଛନ୍ତି ଯେ, ଏଲେନା ମିଶ୍ରଙ୍କ ଚମତ୍କାର କ୍ରୀଡ଼ା ନୈପୁଣ୍ୟ ଓଡ଼ିଶା ତଥା ସାରା ଦେଶ

ପାଇଁ ଏକ ନୂତନ ଅଧ୍ୟାୟ ରଚନା କରିଛି। 'ଓଡ଼ିଶା ଷ୍ଟେଟ୍ ବ୍ଲିଜ୍ ଫିଡେ ରେଟିଂ ଓପନ୍ ଚେସ୍ ଚାମ୍ପିଅନ୍ସିପ୍

- ୨୦୨୬'ରେ ମାତ୍ର ୪ ବର୍ଷର

କୋମଳ ବୟସରେ ଫିଡେ ରେଟିଂ ପ୍ରାପ୍ତ କରି ସେ ବିଶ୍ୱର ସବୁଠାରୁ କମ୍ ବୟସ୍କା ମହିଳା ଚେସ୍

ଖେଳାଳି ହେବାର ଐତିହାସିକ ଗୌରବ ହାସଲ କରିଛନ୍ତି।

ଏହି ଆଶ୍ଚର୍ଯ୍ୟଜନକ ସଫଳତା ପାଇଁ ଏଲେନାଙ୍କୁ ଶୁଭେଚ୍ଛା ଜଣାଇବା ସହ

ତାଙ୍କର ଆଗାମୀ ଭବିଷ୍ୟତ ଓ କ୍ରୀଡ଼ା ଜୀବନ ସଫଳମୟ ହେଉ, ଏହାହିଁ କାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande