
ଭୁବନେଶ୍ୱର, 03 ସେପ୍ଟେମ୍ବର (ହି.ସ.)- ନୟାଗଡ଼ ସମେତ ରାଜ୍ୟର ୪ଟି ଚିନି କଳର ପୁନରୁଦ୍ଧାର
ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସ
ହ୍ୟାଣ୍ଡେଲରେ କହିଛନ୍ତି ଯେ, ପୂର୍ବ ସରକାରଙ୍କ ଦୀର୍ଘଦିନର ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ
ରାଜ୍ୟର ଅନେକ କୃଷିଭିତ୍ତିକ ଶିଳ୍ପ ବନ୍ଦ ହୋଇଯାଇଥିଲା। ଏହାର ପ୍ରଭାବରେ ଆଖୁଚାଷୀଙ୍କଠାରୁ
ଆରମ୍ଭ କରି ସ୍ଥାନୀୟ ଯୁବପିଢ଼ି ପର୍ଯ୍ୟନ୍ତ ଅନେକ ପରିବାର ରୋଜଗାରର ସୁଯୋଗ ହରାଇଥିଲେ ।କିନ୍ତୁ ଏବେ ଲୋକଙ୍କ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଓଡ଼ିଶାର
କୃଷି-ଶିଳ୍ପ କ୍ଷେତ୍ର ନୂଆ ଦିଗକୁ ଅଗ୍ରସର ହେଉଛି । ନୟାଗଡ଼ ସମେତ ରାଜ୍ୟର ୪ଟି ଚିନି କଳର
ପୁନରୁଦ୍ଧାର ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏହା ଆଖୁଚାଷୀଙ୍କୁ ତାଙ୍କ ଉତ୍ପାଦର ଉଚିତ
ମୂଲ୍ୟ, ଯୁବପିଢ଼ିଙ୍କୁ
ସମ୍ମାନଜନକ ରୋଜଗାର ଏବଂ ସ୍ଥାନୀୟ ଅର୍ଥନୀତିକୁ ନୂଆ ଗତି ଦେବାର ଏକ ବଡ଼ ପଦକ୍ଷେପ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା