ସେପ୍ଟେମ୍ବର ୨୨ରୁ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ
ଭୁବନେଶ୍ୱର , 3 ସେପ୍ଟେମ୍ବର (ହି.ସ) ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବୋଲି ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ଏବଂ ଏଥିରେ ୮ଟି ସରକାରୀ ଏବଂ
ବିଧାନସଭା


ଭୁବନେଶ୍ୱର , 3 ସେପ୍ଟେମ୍ବର (ହି.ସ) ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ

ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବୋଲି ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି

ପ୍ରକାଶ ପାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ଏବଂ ଏଥିରେ ୮ଟି ସରକାରୀ

ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି କାର୍ଯ୍ୟଦିବସ ରହିବ । ସେପ୍ଟେମ୍ବର ୨୬

ଓ ୨୭ ତାରିଖ ସରକାରୀ ଛୁଟି ଯୋଗୁଁ ଗୃହକାର୍ଯ୍ୟ ବନ୍ଦ ରହିବ । ସେହିପରି ଅକ୍ଟୋବର ୨ ତାରିଖରେ

ଗାନ୍ଧୀ ଜୟନ୍ତୀ ପାଇଁ ମଧ୍ୟ ଗୃହକାର୍ଯ୍ୟ ବନ୍ଦ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande