ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ପାଇଁ ସଂପୃକ୍ତ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା
ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ୍ ; ସରଳ ଏବଂ କ୍ଷିପ୍ର ହେବ ପଞ୍ଜୀକରଣ ପ୍ରକ୍ରିୟା ନାଗରିକକୈନ୍ଦ୍ରିକ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପ
ପେପରଲେସ୍ ଡିଡ୍     ରେଜିଷ୍ଟ୍ରେସନ୍ ପାଇଁ ସଂପୃକ୍ତ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା


ରାଜସ୍ୱ ମନ୍ତ୍ରୀଙ୍କ

ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଚାରି ପୃଷ୍ଠାରେ ସୀମିତ ରହିବ

ପଞ୍ଜୀକରଣ ଦଲିଲ୍ ; ସରଳ ଏବଂ କ୍ଷିପ୍ର ହେବ ପଞ୍ଜୀକରଣ ପ୍ରକ୍ରିୟା

ନାଗରିକକୈନ୍ଦ୍ରିକ ଏବଂ

ସମ୍ପୂର୍ଣ୍ଣ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର, ସେପ୍ଟେମ୍ବର

୩(ହି.ସ) ଜନସାଧାରଣଙ୍କୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ

ସୁବିଧାଜନକ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ

ଡିଜିଟାଲାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି। ପେପରଲେସ୍ ଡିଡ୍ ରେଜିଷ୍ଟ୍ରେସନ୍ ବା

ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ ପଂଜିକରଣ ଆକ୍ଟ, 1908ରେ ଆବଶ୍ୟକ ସଂଶୋଧନ

ପ୍ରସ୍ତାବ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ

ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l

ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ

ପୂଜାରୀ କହିଛନ୍ତି, ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ସରଳ, ଦ୍ରୁତ ଓ

ନାଗରିକକେନ୍ଦ୍ରିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ପେପରଲେସ ଡିଡ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା

ମାଧ୍ୟମରେ ନାଗରିକମାନେ ଅଧିକ ସୁବିଧାରେ ପଞ୍ଜୀକରଣ ସେବା ପାଇପାରିବେ। ଭୂ-ରେକର୍ଡ ଓ ପଞ୍ଜୀକରଣ

ରେକର୍ଡର ଡିଜିଟାଲ୍ ସମନ୍ୱୟ ଦ୍ୱାରା ସେବା ପ୍ରଦାନରେ ଦକ୍ଷତା ଓ ସ୍ୱଚ୍ଛତା ଆହୁରି ବୃଦ୍ଧି

ପାଇବ।

ସୂଚନାଯୋଗ୍ୟ ଯେ, ପ୍ରସ୍ତାବିତ

ସଂଶୋଧନ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ ଏଣ୍ଡ ଟୁ ଏଣ୍ଡ ଡିଜିଟାଲ ରେଜିଷ୍ଟ୍ରେସନ ବ୍ୟବସ୍ଥାରେ

ପରିଣତ କରାଯିବ। ଏଥିପାଇଁ ଆଇନରେ ବର୍ତ୍ତମାନ ବିଦ୍ୟମାନ ୮ଟି ଧାରାରେ ସଂଶୋଧନ ସହିତ ୯ଟି ନୂତନ

ଧାରା ଯୋଡ଼ିବାର ପ୍ରସ୍ତାବ ରହିଛି। ଏହା ଅଧୀନରେ ଇଲେକ୍ଟ୍ରୋନିକ୍ସ ବୁକ୍, ଇଲେକ୍ଟ୍ରୋନିକ୍ସ

ସିଗନେଚର ଓ ଇଲେକ୍ଟ୍ରୋନିକ୍ସ ସିଲ୍କୁ ଆଇନଗତ ସ୍ୱୀକୃତି ଦିଆଯିବ। ପଞ୍ଜୀକୃତ ଦଲିଲର

ଇଲେକ୍ଟ୍ରୋନିକ୍ ସଂରକ୍ଷଣ ଏବଂ ଇଲେକ୍ଟ୍ରୋନିକ୍ ପ୍ରତିଲିପି ତଥା ରେକର୍ଡ଼କୁ ଆଇନଗତ ମାନ୍ୟତା

ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

ପଞ୍ଜୀକରଣ ପାଇଁ ଦଲିଲର

ଇଲେକ୍ଟ୍ରୋନିକ୍ ଉପସ୍ଥାପନା, ନିର୍ଦ୍ଦିଷ୍ଟ ମାମଲାରେ ଇଲେକ୍ଟ୍ରୋନିକ୍ ଉପସ୍ଥିତି ଓ ତଦନ୍ତର ମଧ୍ୟ

ବ୍ୟବସ୍ଥା କରାଯିବ। ପଞ୍ଜୀକରଣକୁ ୟୁନିକ ପ୍ରପଟି ଆଇଡେଂଟିଫିକେସନ ନମ୍ବର (ୟୁପିଆଇଏନ) କିମ୍ବା

ସରକାରୀ ଭୂ-ରେକର୍ଡ ସହିତ ସଂଯୁକ୍ତ ପରିଚୟ ସଂଖ୍ୟା ସହ ଲିଙ୍କ୍ କରିବାର ବ୍ୟବସ୍ଥା ରହିବ।

ନୂତନ ବ୍ୟବସ୍ଥାରେ

ନାଗରିକଙ୍କ ସମ୍ମତିକ୍ରମେ ଆଧାରମାଧ୍ୟମରେ ଇଲେକ୍ଟ୍ରୋନିକ୍ ପରିଚୟ ଯାଞ୍ଚର ସୁବିଧା ରହିବ। ତେବେ ଆଧାରକୁ

ବାଧ୍ୟତାମୂଳକ କରାଯିବ ନାହିଁ। ଅଫ୍ଲାଇନ୍ ଭେରିଫିକେସନ୍, ଓଭିଡି/ଇ-ଡକ୍ୟୁମେଂଟଓ ଅନ୍ୟ

ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ମଧ୍ୟ ପରିଚୟ ଯାଞ୍ଚ କରାଯାଇପାରିବ।

ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ ଷ୍ଟାଣ୍ଡାର୍ଡ

ଟାମ୍ପଲେଟ୍ସପ୍ରସ୍ତୁତ କରାଯିବା ସହ ନିର୍ଦ୍ଦିଷ୍ଟ ବର୍ଗର ଦଲିଲ ପାଇଁ

ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନର ବ୍ୟବସ୍ଥା ରହିବ।

ଇଲେକ୍ଟ୍ରୋନିକ୍ ଭାବେ ଜାରି ହେଉଥିବା ପଂଜିକରଣ ସାର୍ଟିଫିକେଟକୁ ଇଲେକ୍ଟ୍ରୋନିକ୍ସ ସିଗନେଚର ଓ

ଇଲେକ୍ଟ୍ରୋନିକ୍ସ ସିଲ୍ ସହିତ ପ୍ରଦାନ କରାଯିବ ଏବଂ ଏହାର ଆଇନଗତ ବୈଧତା ଭୌତିକ ପ୍ରମାଣପତ୍ର

ସହ ସମାନ ରହିବ।

ଏହି ବ୍ୟବସ୍ଥାରେ ପଞ୍ଜୀକରଣ

ରେକର୍ଡକୁ ଲ୍ୟାଣ୍ଡ ରେକର୍ଡ୍ସ, କାଡାଷ୍ଟ୍ରାଲ

ମ୍ୟାପ୍ସ,

ରେଭିନ୍ୟୁ ରେକର୍ଡ୍ସ, ୟୁଏଲବି, ପ୍ଲାନିଂ

ଅଧିକାରୀ, ଆର୍ଥିକ ପ୍ରତିଷ୍ଠାନଓ

ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ୍ ଭାବେ ସଂଯୁକ୍ତ କରାଯିବ। ପଞ୍ଜୀକରଣ ରେକର୍ଡ, ଲ୍ୟାଣ୍ଡ

ରେକର୍ଡ ଓ ମ୍ୟୁଟେସନ ରେଜିଷ୍ଟରମଧ୍ୟରେ ସମନ୍ୱୟ କରି ମ୍ୟୁଟେସନପ୍ରକ୍ରିୟାକୁ

ମଧ୍ୟ ଇଲେକ୍ଟ୍ରୋନିକ୍ ଭାବେ ଆରମ୍ଭ ଓ ସମାପ୍ତ କରିବାର ବ୍ୟବସ୍ଥା ରହିବ। ଏଥିସହିତ

ଇଲେକ୍ଟ୍ରୋନିକ୍ ରେକର୍ଡର ସଂରକ୍ଷଣ, ଆର୍କାଇଭିଂ, ସାଇବର ସୁରକ୍ଷା ଓ ଡିଜାଷ୍ଟାର ରିକଭରୀପାଇଁ

ମଧ୍ୟ ଆଇନଗତ ବ୍ୟବସ୍ଥା କରାଯିବ।

ପ୍ରସ୍ତାବିତ

ଇ-ରେଜିଷ୍ଟ୍ରେସନ୍ ତଥା ପେପରଲେସ୍ ପଞ୍ଜୀକରଣ ବ୍ୟବସ୍ଥାରେ ସେଲ୍ ଡିଡ୍ , ବିକ୍ରି

ପାଇଁ ଏଗ୍ରିମେଂଟ, ଜେନେରାଲ ପାୱାର ଅଫ୍ ଆଟର୍ନିଏବଂ ମଡଗେଜ

ଅଫ୍ ଇମମୁଭଏବୁଲ ପ୍ରପର୍ଟି ଭଳି ଦଲିଲ ପାଇଁ ପ୍ରସ୍ତାବିତ ଡିଡ୍ ଟେମ୍ପ୍ଲେଟ୍ ରହିବ l

ପ୍ରସ୍ତାବିତ ସଂଶୋଧନ

ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ,

ନାଗରିକକୈନ୍ଦ୍ରିକ,

ଦ୍ରୁତ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବା ସହିତ ଭୂ-ରେକର୍ଡ ଓ

ଅନ୍ୟାନ୍ୟ ସରକାରୀ ତଥ୍ୟଭଣ୍ଡାର ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା ଲକ୍ଷ୍ୟ ରହିଛି।

ପ୍ରସ୍ତାବିତ ଆଇନଗତ ସଂଶୋଧନ ଲାଗୁ ମାଧ୍ୟମରେ ରାଜ୍ୟର ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ

ପ୍ରଯୁକ୍ତିସମ୍ପନ୍ନ, ପାରଦର୍ଶୀ, ସୁରକ୍ଷିତ, ସହଜ ଓ ଲୋକାଭିମୁଖୀ କରିବା ଦିଗରେ ରାଜସ୍ୱ ବିଭାଗ ପ୍ରତିବଦ୍ଧତାର ସହ

କାର୍ଯ୍ୟ କରୁଛି l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande