ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ) ରାଜ୍ୟ ଯୋଗାଣ ନିଗମର ୪୭ତମ ପ୍ରତିଷ୍ଠା ଦିବସ ଆଜି ନିଗମ ପରିସରରେ ପାଳିତ ହୋଇଯାଇଛି । ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ନଗମ ଏହାର ଯାତ୍ରା ବଜାୟ ରଖିଛି । କୃଷକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍
ରାଜ୍ୟ ଯୋଗାଣ ନିଗମ     ପ୍ରତିଷ୍ଠା ଦିବସ ପାଳିତ


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ) ରାଜ୍ୟ ଯୋଗାଣ ନିଗମର

୪୭ତମ ପ୍ରତିଷ୍ଠା ଦିବସ ଆଜି ନିଗମ ପରିସରରେ ପାଳିତ ହୋଇଯାଇଛି । ୧୯୮୦ ମସିହାରେ ପ୍ରତିଷ୍ଠା

ହୋଇଥିବା ଏହି ନଗମ ଏହାର ଯାତ୍ରା ବଜାୟ ରଖିଛି । କୃଷକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ ଭାବେ

କାର୍ଯ୍ୟ କରି ଅନେକ ପ୍ରଶଂସା ମଧ୍ୟ ସାଉଁଟିଛି । ଆଜି ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ

ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଗମର କାର୍ଯ୍ୟଧାରାର ଭୂୟସୀ

ପ୍ରଶଂସା କରିଥିଲେ । ଚାଷୀମାନଙ୍କ ଧାନ ସଂଗ୍ରହଠାରୁ ଆରମ୍ଭ କରି ସେମାନଙ୍କ ପ୍ରାପ୍ୟ ପ୍ରଦାନରେ

ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି । ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ

ଠିକଣା ସମୟରେ ରାସନ ସାମଗ୍ରୀ ପ୍ରଦାନ କରିବାରେ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର

ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନିଗମର

ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଲେ ଯେ ଚାଷୀମାନଙ୍କ ସ୍ୱାର୍ଥକୁ

ଦୃଷ୍ଟିରେ ରଖି ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଆଧାର ଆଧାରିତ

ପଞ୍ଜିକରଣଠାରୁ ଆରମ୍ଭ କରି ଠିକଣା ସମୟରେ ଧାନ ସଂଗ୍ରହ ଓ ଦେଶରେ ପ୍ରମୁଖ ରାଜ୍ୟ ଭାବେ

ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରି ଉଦାହରଣ ସୃଷ୍ଟି

କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେହିଭଳି ଭାରତୀୟ ଖାଦ୍ୟ

ନିଗମର ସାଧାରଣ ପରିଚାଳକ ଶ୍ରୀ ନିହାର ରଞ୍ଜନ ପ୍ରଧାନ ଓ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର

ଅତିରିକ୍ତ ଶାସନ ସଚିବ ଶ୍ରୀ ଶ୍ରୀକାନ୍ତ ବେହୁରା ପ୍ରମୁଖ ନିଗମର କାର୍ଯ୍ୟଧାରା ଉପରେ ଆଲୋକପାତ

କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande