ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ଚତୁର୍ଥ ଅଧ୍ୟାପକ ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଆୟୋଜିତ
ଜୟପୁର, ୩ ସେପ୍ଟେମ୍ବର (ହି.ସ.)- ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରରେ ସାପ୍ତାହିକ ଏକାଡେମିକ ଅଧ୍ୟାପକ ଡେଭେଲପମେଣ୍ଟ ପ୍ରୋଗ୍ରାମ ଅନ୍ତର୍ଗତ ଚତୁର୍ଥ ଅଧ୍ୟାପକ ଡେଭେଲପମେଣ୍ଟ ପ୍ରୋଗ୍ରାମ ଆଜି ଅନୁଷ୍ଠିତ ହୋଇଯାଇଛି। କୁଳପତିଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଚତୁର୍ଥ  ଅଧ୍ୟାପକ ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଆୟୋଜିତ


ଜୟପୁର, ୩ ସେପ୍ଟେମ୍ବର (ହି.ସ.)- ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରରେ ସାପ୍ତାହିକ ଏକାଡେମିକ ଅଧ୍ୟାପକ ଡେଭେଲପମେଣ୍ଟ ପ୍ରୋଗ୍ରାମ ଅନ୍ତର୍ଗତ ଚତୁର୍ଥ ଅଧ୍ୟାପକ ଡେଭେଲପମେଣ୍ଟ ପ୍ରୋଗ୍ରାମ ଆଜି ଅନୁଷ୍ଠିତ ହୋଇଯାଇଛି। କୁଳପତିଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଏଲ-୨ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ବିଶେଷଜ୍ଞ ଆଲୋଚନା କରାଯାଇଥିଲା। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଡ. ଉଦୟ କୁମାର ଦାସ ଏହି ବିଷୟରେ ବିସ୍ତୃତ ଓ ସଚେତନତାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ତାଙ୍କ ଆଲୋଚନାରେ ବଜ୍ରପାତ ଓ ଘଡ଼ଘଡ଼ି ସହିତ ଝଡ଼ର କାରଣ, ଏହାର ପ୍ରଭାବ, ବିପଦ ସମୟରେ ଅବଲମ୍ବନ କରିବାକୁ ଥିବା ସୁରକ୍ଷାମୂଳକ ପଦକ୍ଷେପ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଉପଯୋଗୀ ତଥ୍ୟ ପ୍ରଦାନ କରାଯାଇଥିଲା। ବଜ୍ରପାତ ସମୟରେ ସଚେତନତା ଓ ଠିକ୍ ପଦକ୍ଷେପ ଗ୍ରହଣ ଦ୍ୱାରା ମାନବଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତିକୁ ଅନେକାଂଶରେ ରୋକାଯାଇପାରିବ ବୋଲି ବକ୍ତା ଗୁରୁତ୍ୱାରୋପ କରିଥିଲେ।

ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି ଅଧ୍ୟାପକ ଡେଭେଲପମେଣ୍ଟ ପ୍ରୋଗ୍ରାମରେ ଯୋଗଦେଇ ବିଷୟଭିତ୍ତିକ ଆଲୋଚନାରୁ ଉପକୃତ ହୋଇଥିଲେ। ଏପରି କାର୍ଯ୍ୟକ୍ରମ ଶିକ୍ଷକମାନଙ୍କର ଜ୍ଞାନବୃଦ୍ଧି ସହିତ ସାମାଜିକ ସଚେତନତା ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଦାୟିତ୍ୱବୋଧ ବୃଦ୍ଧି କରିବାରେ ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande