ଡକାୟତି ଯୋଜନା ପଣ୍ଡ - ବଡ଼ବଜାର ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ, ମାରଣାସ୍ତ୍ର ଓ ହାତ ବୋମା ଜବତ
ଗଂଜାମ, 30 ସେପ୍ଟେମ୍ବର (ହି.ସ.) ବଡ଼ବଜାର ପୋଲିସକୁ ବଡ ସଫଳତା ମିଳିଛି। ଡକାୟତି ଯୋଜନା କରୁଥିବା ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି ସେମାନଙ୍କଠାରୁମାରଣାସ୍ତ୍ର ଓ ଜୀବନ୍ତ ବୋମା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଓମ୍ ଦାସ (୨୧), ରଘୁପତି ନଗର ୩ୟ ଲେନ୍, ସୁମନ ପଟ୍ଟନାୟକ (୨୨), ମାହୁରୀ କାଳୁ
ଡକାୟତି ଯୋଜନା ପଣ୍ଡ - ବଡ଼ବଜାର ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ, ମାରଣାସ୍ତ୍ର ଓ ହାତ ବୋମା ଜବତ


ଗଂଜାମ, 30 ସେପ୍ଟେମ୍ବର (ହି.ସ.) ବଡ଼ବଜାର ପୋଲିସକୁ ବଡ ସଫଳତା ମିଳିଛି। ଡକାୟତି ଯୋଜନା କରୁଥିବା ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି ସେମାନଙ୍କଠାରୁମାରଣାସ୍ତ୍ର ଓ ଜୀବନ୍ତ ବୋମା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଓମ୍ ଦାସ (୨୧), ରଘୁପତି ନଗର ୩ୟ ଲେନ୍, ସୁମନ ପଟ୍ଟନାୟକ (୨୨), ମାହୁରୀ କାଳୁଆ ସାହି, ନିଖିଳ ଜେନା (୨୨), ଜଗବନ୍ଧୁ ସାହି, ରୋହନ ବିଷୋୟୀ (୨୬), ଧନମେରା ସାହି, ପ୍ରେମ କୁମାର ସାହୁ (୨୧), ଗୁରୁମୂର୍ତ୍ତି ପେଣ୍ଠ । ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସେମାନଙ୍କ ଠାରୁ ଗୋଟିଏ ସ୍କୁଟି, ବାଇକ, ୩ଟି ଲୁହା ଖଣ୍ଡା, ୨ଟି ଲୁହା ରଡ୍, ୨ଟି ଜୀବନ୍ତ ହାତ ବୋମା ଜବତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande